ସତ୍ୟଶିଖା (ମୁମ୍ବାଇ) ୯/୧୧/୨୦୨୦ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ(୭୮) ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବି ସବୁଠୁ ବ୍ୟସ୍ତ ଅଭିନେତା ମଧ୍ୟରୁ ଜଣେ । ଫିଲ୍ମ ବ୍ୟତୀତ ମେଗାଷ୍ଟାର୍ ଲୋକପ୍ରିୟ ଗେମ୍ ଶୋ ‘କୌନ ବନେଗା କରୋଡ଼ପତି ୧୨’ରୁ ଦର୍ଶକଙ୍କ ହୃଦୟରେ ଖାସ୍ ସ୍ଥାନ ସୃଷ୍ଟି କରିଥିଲେ । ଏହି ଶୋ ଅଡିୟନ୍ସଙ୍କୁ କୋଟି କୋଟି ଟଙ୍କା ଜିତାଇବା ସହ ,ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକଙ୍କ ସହ ମିଳାଇବାର ଖାସ୍ ସୁଯୋଗ ଦେଇଛି ।
ଏହି ଶୋରେ ଅଧିକାଂଶ ପ୍ରଶଂସକ,ଅମିତାଭ ବଚ୍ଚନଙ୍କୁ ଚମତ୍କାର ସରପ୍ରାଇଜ ଦେଇ ସ୍ପେଶାଲ୍ ଫିଲ୍ କରାନ୍ତି । ନିକଟରେ ଅମିତାଭ ବଚ୍ଚନ ଏହା ସହ ଜଡ଼ିତ ଏକ ପୋଷ୍ଟ୍ ସେୟାର କରିଥିଲେ । ପ୍ରକୃତରେ,ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦୨୦,ନଭେମ୍ବର ୭ତାରିଖରେ ୫୧ବର୍ଷ ପୂରା କରିଛନ୍ତି । ଏହି ଅବସରରେ ଜଣେ ବ୍ୟକ୍ତି ଅମିତାଭଙ୍କ ଝୋଟି କରି ତାଙ୍କୁ ଖୁସି କରିଛନ୍ତି ଏବଂ ସ୍ପେଶାଲ୍ ଫିଲ୍ କରାଇଛନ୍ତି ।