ରାଜ୍ୟ

ଭିକାରୀମୁକ୍ତ ହେବ ଭୁବନେଶ୍ୱର

ସତ୍ୟଶିଖା(ଭୁବନେଶ୍ୱର) ୦୨ .୦୭.୨୦୨୧: ଭିକାରୀମୁକ୍ତ ହେବ ଭୁବନେଶ୍ୱର। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ।  ବିଏମ୍‌ସି, କମିଶନରେଟ ପୁଲିସ୍‌ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱରର ୬୧ଟି ୱାର୍ଡର ଗଳିକନ୍ଦିରେ ଜୋରଦାର ଚଢ଼ାଉ କରାଯାଉଛି।

ଆଜି ଜନପଥ, ୟୁନିଟ -୧, ୟୁନିଟ -୨ ମାର୍କେଟ ଅଞ୍ଚଳରେ ଅଭିଯାନ ଚାଲିଛି । ଆଗରୁ ମଧ୍ୟ ଏପରି ଚଢ଼ାଉ କରି ୨ ଶହରୁ ଅଧିକ ଭିକାରୀଙ୍କୁ ଉଦ୍ଧାର କରିଥିଲା ବିଏମ୍‌ସି। ଆଜିଠାରୁ ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ବିଏମ୍‌ସି  ଜୋରଦାର କରିଛି ।  ରାଜଧାନୀର ସବୁ ଗଳି କନ୍ଦିରୁ ଭିକାରିମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯାଉଛି।

ଏନେଇ ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ସେମାନଙ୍କୁ ଉଦ୍ଧାର କରି ବିଭିନ୍ନ ସରକାରୀ ପରିଚାଳିତ ଅନୁଷ୍ଠାନରେ ରଖାଯାଉଛି। ୨୦୦ ପାଖାପାଖି ଭିକାରୀଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ବି ଆହୁରି ଭିକାରୀ ରାସ୍ତାକୁ ଆସୁଛନ୍ତି। ସେମାନଙ୍କୁ ମଧ୍ୟ ଥଇଥାନ କରିବାକୁ ଚେଷ୍ଟା କରୁଛୁ।

ଏହାବାଦ ବନଜାର ସମ୍ପ୍ରଦାୟ ଲୋକ ଏକାଠି ମେଳି ହୋଇ ବିଭିନ୍ନ ସ୍ଥାନରେ ରହୁଥିବା ଦେଖାଯାଉଛି। ସେମାନଙ୍କୁ ଭୁବନେଶ୍ୱରରୁ ବାହାରକୁ ନେବାକୁ ଆମେ ପୁଲିସ୍‌ର ସାହାଯ୍ୟ ନେବୁ। ଯାହା ବି ହେଉ ଭୁବନେଶ୍ୱରର ୬୧ ୱାର୍ଡକୁ ଭିକାରୀମୁକ୍ତ କରାଯିବ ବୋଲି କହିଛନ୍ତି  ଅତିରିକ୍ତ କମିଶନର

ଥଇଥାନ କେନ୍ଦ୍ରରେ ରଖାଯାଉଥିବା ଭିକାରୀଙ୍କ ଆବଶ୍ୟକ ଯତ୍ନ ନିଆଯିବ। ସେମାନଙ୍କ ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟର ତଦାରଖ କରାଯିବ।     ଏହି ସମୟରେ ସେମାନେ ପରିବାର ସହ ଯୋଗାଯୋଗରେ ରହିବେ। ଏହାବାଦ ସେମାନେ ସାଧ୍ୟ ମୁତାବକ କିପରି ରୋଜଗାରକ୍ଷମ ହୋଇପାରିବେ ସେଥି  ପ୍ରତି ମଧ୍ୟ ପ୍ରଚେଷ୍ଟା କରିବୁ ବୋଲି କହିଛନ୍ତି ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

Show More
Back to top button