ନ୍ୟୁଜ୍

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।

ସତ୍ୟଶିଖା ୧୩/୧୦/୨୦୨୫:  ୨୦ ତାରିଖରେ ଶେଷ ହେବ ନାମାଙ୍କନ ଦାଖଲ । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନଭେମ୍ବର ୧୧ରେ ଭୋଟଗ୍ରହଣ କରାଯିବାକୁ ଥିବା ବେଳେ ୧୪ନଭେମ୍ବରରେ ଆସିବ ଫଳାଫଳ। ନୂଆପଡ଼ା ଉପନିର୍ବାଚନକୁ ମାସେ ବାକି ରହିଥିବା ବେଳେ ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା । 

ଉପନିର୍ବାଚନ ପାଇଁ ଆଜିଠାରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏସବୁ ଭିତରେ କେବଳ କଂଗ୍ରେସ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଉଭୟ ବିଜେପି ଓ ବିଜେଡି କାହାକୁ ପ୍ରାର୍ଥୀ କରିବେ ସ୍ପଷ୍ଟ କରିନାହାଁନ୍ତି। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଙ୍କି ମାରୁଛି ।

Show More
Back to top button