ନ୍ୟୁଜ୍ସ୍ୱାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର) ୧୯.୧୧.୨୦୨୧:  ରାଜ୍ୟରେ ଧୀରେ ଧୀରେ ହ୍ରାସ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୬୫୫୯ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣ ଲୋକାଲ କେସ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ୪୫ ଜଣ ପଜିଟିଭ ରହିଛନ୍ତି ।

ଅନୁଗୋଳରୁ ୧,ବାଲେଶ୍ୱରରୁ ୭,ବରଗଡ ୬, ଭଦ୍ରକରୁ ୨, କଟକରୁ ୧୮, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡା ୧, କେନ୍ଦ୍ରାପଡାରୁ ୪, ଖୋର୍ଦ୍ଧାରୁ ୧୨୦, କୋରାପୁଟରୁ ୨,ମାଲାକାନଗିରି ୨, ମୟୂରଭଞ୍ଜରୁ ୨୪, ନୟାଗଡରୁ ୨,ନୂଆପଡା ୧, ପୁରୀରୁ ୪ , ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୪, ଷ୍ଟେଟ ପୁଲରୁ ୨୮ ଜଣ ରହିଛନ୍ତି ।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୦୪୬୫୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬୬୯ଟି ଆକ୍ଟିଭ୍ କେସ ରହିଥିବା ବେଳେ ୧୦୩୫୬୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Show More
Back to top button