ଭୁବନେଶ୍ୱର ୧ ନମ୍ବର ମାର୍କେଟ୍ ସିଲ୍


ସତ୍ୟଶିଖା(ଭୁବନେଶ୍ୱର) ୨୫ .୦୬.୨୦୨୧: ଜୁଲାଇ ୧ ପର୍ଯ୍ୟନ୍ତ ଭୁବନେଶ୍ବର ୧ ନମ୍ବର ମାର୍କେଟ୍ ସିଲ୍ । ମାର୍କେଟ୍ ରେ କୋଭିଡ୍ ନିୟମ ପାଳନ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ମାର୍କେଟରେ ବିଏମସି ସ୍କ୍ବାଡ୍ ଓ ପୋଲିସ ଚଢାଉ କରି ସିଲ୍ କରିଥିବା ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ରେଡ୍ ଜୋନରେ ଥିବା ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାକୁ ଅନଲକ୍ କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୧ ପର୍ଯ୍ୟନ୍ତ ଆଶିଂକ ଲକ୍ଡାଉନ୍ ଜାରି ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିଛି । ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିଛି । ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଆଶିଂକ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ କରୋନା ଟେଷ୍ଟିଂ, ଟିକାକରଣ ଓ ସ୍ୱାସ୍ଥ୍ୟସେବା ପାଇଁ କୌଣସି କଟକଣା ଜାରି କରାଯାଇନାହିଁ । ପୂର୍ବ ପରି ଏହା ଚାଲୁ ରହିଛି ।
ରାଜ୍ୟରେ ସଂକ୍ରମଣ ଚେନରେ ବ୍ରେକ୍ ଲଗାଇବାକୁ ମେ ୩ରୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଲକଡାଉନ୍ ପ୍ରକ୍ରିୟା ଜାରି ରଖିଛନ୍ତି । ଏହାସହ ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଲାଗୁ ହୋଇଥିଲା । ତେବେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ୩ ହଜାର ତଳକୁ ରହୁଛି । ତେଣୁ ରାଜ୍ୟ ସରକାର ନିୟମରେ ଭାଗ ଭାଗ କରି ୧୭ ଓ ୧୩ ଜିଲ୍ଲାରେ କଟକଣା କୋହଳ କରିଛନ୍ତି ।