

ସତ୍ୟଶିଖା(ଭୁବନେଶ୍ୱର) ୦୭ .୦୭.୨୦୨୧: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶ୍ରୀମଦ ଭଗବତ ଗୀତା ବିଦ୍ୟାମନ୍ଦିର ଛାତ୍ରୀ ବିଷ୍ଣୁପ୍ରିୟା ଦାସ ୯୪% ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି , ନୂଆପଲ୍ଲୀ ବେହେରାସାହି ମଙ୍ଗଳା ମନ୍ଦିର ପାଖରେ ଏକ ଛୋଟ ଦୋକାନ ରେ ପାଉଁରୁଟି କ୍ଷୀର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ପମିନାନୀ ଆଜି ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି , ଏହି ମେଧାବୀ ଛାତ୍ରୀ ବିଷ୍ଣୁପ୍ରିୟାଙ୍କ ଉଚ୍ଚଶିକ୍ଷା ନିମନ୍ତେ ହେବାକୁ ଥିବା ସମସ୍ତ ଖର୍ଚ୍ଚକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ବହନ କରିବାକୁ ଘୋଷଣା କରିଛନ୍ତି , ବିଧାୟକଙ୍କ ଏଭଳି ମହାନତା ପଦକ୍ଷେପ ଅନେକ କୃତି ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ଗଢ଼ିବାରେ ସ୍ଥାନୀୟ ବାସିନ୍ଦା ଙ୍କ ମନରେ ସଂଜୀବନୀ ଆଣିଦେଇଛି ll