

ସତ୍ୟଶିଖା(ଭୁବନେଶ୍ୱର )୨୪.୦୫.୨୦୨୨ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ର ଜୋରଦାର ପ୍ରସ୍ତୁତି । ଏ ନେଇ ଦଳ ଟାକ୍ସ ଫୋର୍ସ ଗଠନ କରିଛି । ସୋନିଆ ଗାନ୍ଧୀ ପ୍ରମୁଖ ମୁଦ୍ଦା ଉପରେ ଆଲୋଚନ କରିବା ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ଏହି ଟାସ୍କଫୋର୍ସରେ ସାମିଲ ହୋଇଛନ୍ତି । ରାଜ ସ୍ଥାନର ଉଦୟପୁର ରେ ଅନୁଷ୍ଠିତ ହୋଇଥିବା ଚିନ୍ତନ ଶିବିରରେ ମଙ୍ଗଳବାର ୮ ଜଣ ସଦସ୍ୟ ଙ୍କୁ ନେଇ ଟାକ୍ସ ଫୋର୍ସ ଗଠନ କରାଯାଇଛି । ଏହା ସହ ଦଳର ଅଧକ୍ଷ ସୋନିଆ ଗାନ୍ଧୀ ଙ୍କ ନେତୃତ୍ୱ ରେ ରାଜନୈତିକ ମାମଲା କୁ ନେଇ ମଧ୍ୟ ଏକ ସମୂହ ଗଠନ କରାଯାଇଛି ।ଦଳର ସଂଗଠନ ମହାସଚିବ କେସି ବେଣୁ ଗୋପାଳଙ୍କ ବୟାନ ଅନୁସାରେ, ୨ ଅକ୍ଟୋବର ରୁ କଂଗ୍ରେସ ର ହେବାକୁ ଥିବା ଭାରତ ଯୋଡୋ ଯାତ୍ରା ରେ ୯ ଜଣ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଯୋଜନା ର ସମୂହ ମଧ୍ୟ ଗଠନ କରାଯାଇଛି । ଉଦୟପୁର ରେ ହୋଇଥିବା ନବ ସଂକଳ୍ପ କାର୍ଯ୍ୟକ୍ରମ ରେ ୨୦୨୪ ପାଇଁ ଟାକ୍ସ ଫୋର୍ସ ଗଠନ କରାଯାଇଛି ।ଏହି ଟାକ୍ସ ଫୋର୍ସରେ ଦଳର ବରିଷ୍ଠ ନେତା ପି ଚିଦାମ୍ବରମ, ମୁକୁଲ ବାସନିକ, ଜୟରାମ ରମେଶ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁ ଗୋପାଲ, ଅଜୟ ମାକନ, ରଣଦୀପ ସୁରଜେବାଲା, ସୁନୀଲ କାନୁନଗୋ ସାମିଲ ହୋଇଛନ୍ତି ।ରାଜନୈତିକ ମାମଲାର ସମୁହ ରେ ରାହୁଲ ଗାନ୍ଧୀ ଏବଂ । ବରିଷ୍ଠ ନେତା ମାନେ ସାମିଲ ହୋଇଛନ୍ତି ।