ସତ୍ୟଶିକ୍ଷା ୨୮.୦୯.୨୦୨୦ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଖବର ପ୍ରକାଶ ପ୍ରତିବନ୍ଧକଙ୍କୁ କୋର୍ଟଙ୍କ ଆଗ୍ରାହ୍ୟ । ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଖବର ପ୍ରକାଶ ନକରିବାକୁ ନିର୍ଦ୍ଦିଷ୍ଟ ଚ୍ୟାନେଲ ପକ୍ଷରୁ ହୋଇଥିଲା ଆବେଦନ ।
ଖବର ପ୍ରକାଶ ପ୍ରତିବନ୍ଧକଙ୍କୁ କୋର୍ଟଙ୍କ ଆଗ୍ରାହ୍ୟ । ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ । ବୁଧବାର ହେବ ମାମଲାର ଶୁଣାଣି ।
ଭୁବନେଶ୍ୱର ନାବାଳିକ ଗଣଦୁଷ୍କର୍ମ ଘଟଣାରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଉକ୍ତ ଟିଭି ଚ୍ୟାନେଲର ଏମଡିଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲା । ପୂର୍ବରୁ ପୀଡିତାଙ୍କ ମା ଓ ଟିଭି ଚ୍ୟାନେଲ ଏମଡିଙ୍କ ଏକ ଅଡିଓ ରେକର୍ଡିଂ ଭାଇରାଲ ହୋଇଥିଲା ।