ସତ୍ୟଶିଖା (ଭୁବନେଶ୍ୱର) ୦୮.୧୦.୨୦୨୦ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ । ଲକ୍ ଡାଉନ୍ ସମୟରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ନୂଆ ମୋଡ ନେଇଛି । ଏହି ଲୋମହର୍ଷଣକାରୀ ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । କେବଳ ସେତିକି ନୁହେଁ ବୁଧବାର କ୍ରାଇମବ୍ରାଞ୍ଚର ଏକ ଟିମ୍ ଓଟିଭି ଅଫିସକୁ ଯାଇ ଅନେକ ତଥ୍ୟ ସଂଗ୍ରହ କରିଛି । ୩ଜଣଙ୍କୁ ନୋଟିସ୍ ମଧ୍ୟ କରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଟିଭି ଏମଡିଙ୍କ ପିଏ ଓ ଅନ୍ୟ ୨ ଜଣ ଓଟିଭି କର୍ମଚାରୀ ।
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ l
