ସତ୍ୟଶିଖା ୨୧/୦୧/୨୦୧୫ : ରୋଡ୍ ରୋମିଓଙ୍କ ଉପରେ ପୋଲିସ ପାହାର । ବେଶୀ ବିଶୃଙ୍ଖଳା କଲେ ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଡିସିପି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରୋଡ଼ ସେଫଟି ପାଇଁ ଏନଫୋର୍ସମେଣ୍ଟ କମିଶନରେଟ ପୋଲିସ ଆରମ୍ଭ କରିଛି । ବିକଟାଳ ଶବ୍ଦ କରି ଗାଡି ଚଲାଉଥିବା ରୋଡ ରୋମିଓଙ୍କୁ ବିଶୃଙ୍ଖଳା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ସ୍ପେଶାଲ ଡ୍ରାଇଭରେ 100 ରୁ ଅଧିକ ବାଇକ ଜବତ ହୋଇଛି । ଶବ୍ଦପ୍ରଦୂଷଣକାରୀ ସାଇଲେନସର ଖୋଲା ଯାଇଛି । ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ରୋକିବା ପାଇଁ 10 ଟି ଜାଗାରେ ଗତକାଲି ରାତିରେ ବ୍ଲକିଂ କରାଯାଇଥିଲା । ବହୁ ଗାଡି ଜବତ କରି ଚାଲାଣ କରାଯାଇଛି । ଆଗକୁ ଆହୁରି ଜୋରଦାର ହେବ ଟ୍ରାଫିକ ଚେକିଂ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ଏହାସହ ଟ୍ରାଫିକ ନିୟମ ଉଲଂଘନ କରି ବିଶୃଙ୍ଖଳା କରୁଥିବା ଦେଖିଲେ ପୋଲିସକୁ 112 ନମ୍ବର ରେ କଲ କରି ଜଣାନ୍ତୁ ବୋଲି ଅନୁରୋଧ କରିଛନ୍ତି ଡିସିପି । ଗର୍ଜନ କରି ବିକଟାଳ ଶବ୍ଦ କରୁଥିବା 100 ରୁ ଅଧିକ ଗାଡ଼ି ଜବତ ହୋଇଛି । ସାଇଲେନ୍ସର ଖୋଲି ଫାଇନ କାଟିଛି କମିଶନରେଟ ପୋଲିସ । ଟ୍ରାଫିକ ପୋଲିସ ଥାନାରେ ସାଇଲେନ୍ସର ଗୁଡ଼ିକୁ ଖୋଲି ରଖାଯାଇଛି ।
ଏହା ଭିତରେ ଏମିତି କିଛି ସାଇଲେନ୍ସର ଅଛି, ଯେଉଁଥିରୁ ନିଆଁ ବାହାରେ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କିଛି ରୋଡ୍ ରୋମିଓ ଏମିତି ଗର୍ଜନ କରି ଗାଡ଼ି ଚଲାଉଥିଲେ । ଯାହାକୁ ନେଇ କମିଶନରଙ୍କୁ ଡାକି ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।