ନ୍ୟୁଜ୍
ଆଜି ଖୋଲିଚି ଭିତରକନିକା ଜାତୀୟ ଉଦ୍ୟାନ l


ସତ୍ୟଶିଖା ୦୧/୦୮/୨୦୨୫: କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା । ଆଜି ଭିତରକନିକା ଖୋଲିଥିବାରୁ ବେଶ ଉତ୍ସାହିତ ଅଛନ୍ତି ପର୍ଯ୍ୟଟକ । ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା ।ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ନୂତନ ଭାବେ ନିର୍ମିତ ମ୍ୟୁଜିୟମ,ଧଳାକୁମ୍ଭୀର ଗୋରୀ, ମଲ୍ଲୀ,ଶ୍ୱେତା, ଦେଶୀୟ ପକ୍ଷୀ, ନଦୀରେ ନୌବିହାର ଓ ସ୍କାଏ ଓ୍ବାକ୍ ରେ ଜଙ୍ଗଲ ଉପରେ ଚାଲିଚାଲି ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଯିବା ଆସିବା ପାଇଁ ଭିତରକନିକାର ଡାଙ୍ଗମାଳଠାରେ ୬ଟି ଫାଇବର ବୋଟ୍ ଥିବା ବେଳେ ଗୁପ୍ତିଠାରେ ୪ଟି ଫାଇବର ବୋଟ୍ ବ୍ୟବସ୍ଥା ରହିଛି । ପୂର୍ବବର୍ଷ ଭଳି ପଲିଥିନ୍କୁ ବାରଣ କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି l