ଦେଶ

ସୋମବାର କାର୍ଯ୍ୟାଳୟ ଫେରିବେ କେନ୍ଦ୍ରମନ୍ତ୍ରୀ! | Satyasikha

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟମାନେ ନିଜ ନିଜ କାର୍ଯ୍ୟାଳୟକୁ ଫେରିବେ। ସୋମବାରଠାରୁ ସେମାନେ କାର୍ଯ୍ୟାଳୟ ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦି ମଧ୍ୟ କାର୍ଯ୍ୟାଳୟକୁ ଫେରିବେ। ମଙ୍ଗଳବାର ଲକ୍‌ଡାଉନ୍‌ ସରିବାକୁ ଥିବାବେଳେ ଏହା ପୂର୍ବରୁ ହିଁ ଏହି ମନ୍ତ୍ରୀମାନେ କାର୍ଯ୍ୟାଳୟ ଫେରିବେ।

ଆହୁରି ପଢ଼ନ୍ତୁ

ଯୁଗ୍ମ ସଚିବ ଏବଂ ଏହି ପହ୍ୟାଠାରୁ ଊର୍ଦ୍ଧ୍ୱ ସଚିବମାନେ ପୂର୍ବଭଳି ରିପୋର୍ଟ କରିବେ। ସମସ୍ତ କର୍ମଚାରୀଙ୍କ ଏକ ତୃତୀୟାଂଶ କାର୍ଯ୍ୟରେ ଯୋଗଦେବେ। ଜୁନିଅରମାନେ ରୋଟେସନ୍‌ ଭିତ୍ତିରେ କାର୍ଯ୍ୟକରିବେ।

ପ୍ରଧାନମନ୍ତ୍ରୀ ପୂର୍ବରୁ ଆହ୍ୱାନ କରିଛନ୍ତି, ଏହି କାର୍ଯ୍ୟାଳୟସବୁରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଗତ ମାସକ ପୂର୍ବରୁ ସରକାର ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏଥିରେ ପରିବର୍ତ୍ତନ ପାଇଁ ସରକାରଙ୍କ ନୂଆ ଷ୍ଟ୍ରାଟେଜୀକୁ ଗୁରୁତ୍ୱ ଦିଆଯାଇଛି। ନୂଆ ଷ୍ଟ୍ରାଟେଜୀ ଅନୁଯାୟୀ, ଉଭୟ ଜୀବନ ଏବଂ ଅର୍ଥନୀତିକୁ ଗୁରୁତ୍ୱ ଦିଆଯିବ।

[ad_2]
Show More
Back to top button