ଭିଡ଼କୁ ଏଡ଼ାଇବାକୁ ଭଟ୍ଟାରିକା ପୀଠରେ ଲାଗିଲା ୧୪୪ ଧାରା

ସତ୍ୟଶିଖା( ନରସିଂହପୁର )୧୫ .୦୮. ୨୦୨୨: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଜଳମଗ୍ନ ହୋଇଛି। ବନ୍ୟା ଜଳ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଭଟ୍ଟାରିକାଙ୍କ ପୀଠକୁ ଲୋକମାନଙ୍କୁ ଯିବାକୁ  ବାରଣ କରାଯାଇଛି।

ହୀରାକୁଦରେ ୩୪ଟି ଗେଟ୍ ଖୋଲିବା ପରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିଛି। ମହାନଦୀରେ ବନ୍ୟା ଆସିବା ଫଳରେ  ବନ୍ୟା ଜଳରେ ମାଆ ଭଟ୍ଟାରିକାଙ୍କ ମନ୍ଦିର, ଭଜନ ମଣ୍ଡପ ବୁଡ଼ି ଯାଇଛି। ତେବେ ବନ୍ୟାକୁ ଦେଖି କାଲିଠାରୁ ମାଆଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବଡମ୍ବାର ଗମେଇ, ବଙ୍ଗରିସିଙ୍ଗା, ଗୋପୀନାଥପୁର ଓ କଣ୍ଢା ଭଳି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି।  ଲୋକଙ୍କ ଘରେ ପାଣି ପଶି ଯାଇଛି। ପାଣିଘେରରେ ଥିବା ଲୋକମାନଙ୍କୁ  ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Exit mobile version