ଅପରାଧଟିଭିମନୋରଞ୍ଜନ

ଭାରତୀ ସିଂହ ଡ୍ରଗ୍ସ ସପ୍ଲାଇ ମାମଲା

ସତ୍ୟଶିଖା (ମୁମ୍ବାଇ) ୨୭/୧୧/୨୦୨୦ : ଲୋକପ୍ରିୟ କମେଡ଼ି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ନିକଟରେ ଏନସିବି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା । ଭାରତୀ ସିଂହ ପଚରାଉଚରାରେ ମାନିଥିଲେ ଯେ ସେ ଏବଂ ତାଙ୍କ ସ୍ବାମୀ ହର୍ଷ ଗଞ୍ଜେଇ ନିଅନ୍ତି । ଏହା ପରେ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଜାମିନ ମିଳି ସାରିଛି । ଏବେ ଏନସିବି ଆଉ ଜଣେ ଡ୍ରଗ୍ ପେଡଲର୍ସଙ୍କୁ ଗିରଫ କରିଛି ଯିଏ ଭାରତୀ ସହ ଅନ୍ୟମାନଙ୍କୁ ମଧ୍ୟ ଡ୍ରଗ୍ସ ସପ୍ଲାଇ କରୁଥିଲା । ମୁମ୍ବାଇରେ ବୁଧବାର ରାତିରେ ସୁନୀଲ ଗବାଇ ନାମକ ଡ୍ରଗ୍ ପେଡଲର୍ସକୁ ଧରିଛି । ତା ନିକଟରୁ ୧କିଲୋରୁ ଅଧିକ ଡ୍ରଗ୍ସ ଜବତ କରିଛି ପୋଲିସ୍ । ପଚରାଉଚରାରେ ଡ୍ରଗ୍ ପେଡଲର୍ସ କହିଛି ଯେ ସେ ଡେଲିଭରି ବୟ ହୋଇ ସମସ୍ତ ଗ୍ରାହକଙ୍କୁ ଡ୍ରଗ୍ସ ସପ୍ଲାଇ କରୁଥିଲା ।ସୁନୀଲ୍ ନାମକ ଡ୍ରଗ୍ସ ପେଡଲର୍ସ ଆଗକୁ କହିଛି ଯେ ସେ ପୋଲିସଠୁ ବର୍ତ୍ତିବା ପାଇଁ ସବୁ ଥର ଫୁଡ ଡେଲିଭରି ବୟ ହୋଇ ଯାଉଥିଲା । ସେ ଭାରତୀ ସିଂହଙ୍କୁ ମଧ୍ୟ ଡ୍ରଗ୍ସ ସପ୍ଲାଇ କରୁଥିଲା । ତାର ନେଟଓ୍ବାର୍କ ଦକ୍ଷିଣ ପଶ୍ଚିମ ମୁମ୍ବାଇରେ ଅଧିକ ସକ୍ରିୟ ଥିଲା ଏବଂ ତାର ଅଧିକାଂଶ ଗ୍ରାହକ ମଧ୍ୟ ସେହି ଅଞ୍ଚଳର ଥିଲେ । ଏନସିବି ଟିମ୍ ଭାରତୀ ସିଂହଙ୍କୁ ନଭେମ୍ବର ୨୧ତାରିଖରେ ଗିରଫ କରିଥିଲା । ତାଙ୍କ ସ୍ବାମୀ ହର୍ଷ ଲିମ୍ବାଜିଆଙ୍କୁ ମଧ୍ୟ ପର ଦିନ ୨୨ତାରିଖରେ ଗିରଫ କରାଯାଇଥିଲା । ନଭେମ୍ବର ୨୩ତାରିଖରେ କୋର୍ଟ ଜରିଆରେ ଉଭୟଙ୍କୁ ଜାମିନ ମିଳିଯାଇଥିଲା । ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି ।

Show More
Back to top button