୧୬ ଘଣ୍ଟା ନଖାଇ ୧୫ କିଲୋ କମାଇଲେ ଭାରତୀ

ସତ୍ୟଶିଖା ମୁମ୍ବାଇ ) ୦୯ /୦୯ /୨୦୨୧: ଚର୍ଚ୍ଚାରେ ଟେଲିଭିଜନ ଦୁନିଆର କମେଡି କୁଇନ୍‌ ଭାରତୀ ସିଂ ଏବେ ଖୁବ୍ ଚର୍ଚ୍ଚା। ଏଥର ସେ କମେଡି ପାଇଁ ନୁହେଁ ନୂଆ ଲୁକ୍‌ରେ ପାଇଁ ଚର୍ଚ୍ଚାକୁ ଆସିଛନ୍ତି  ଭାରତୀ ସିଂ। ବର୍ତ୍ତମାନ ଭାରତୀଙ୍କ ଲୁକ୍ ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ସେ ନିଜ ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ବନି ଯାଇଛନ୍ତି ସ୍ଲିମ୍‌ ଟ୍ରିମ୍‌। ନିଜର ୧୫ କିଲୋ ଓଜନ କମାଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହା ସହିତ ଭାରତୀ ନିଜ ଓଜନ ହ୍ରାସର ରାଜ ମଧ୍ୟ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ଏପରିକି ଓଜନ ହ୍ରାସ ପରେ ଭାରତୀ ଅତ୍ୟନ୍ତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ।

ନିକଟରେ କପିଲ ଶର୍ମା ଶୋ’ରେ ଭାରତୀ ସିଂହ ନିଜେ ନିଜ ଓଜନ କମାଇଥିବା କଥା ସ୍ୱୀକାର କରି କହିଛନ୍ତି। ସେ ପ୍ରଥମେ ୯୧ କିଲୋ ଥିଲେ। ଏବେ କିନ୍ତୁ ତାଙ୍କ ଓଜନ କମି ୭୬ କିଲୋ ହୋଇଯାଇଛି। ତେବେ ତାଙ୍କର ଏହି ଓଜନ କମାଇବା ରାଜ୍‌ ହେଉଛି ତାଙ୍କ ଡାଇଟିଂ। ଖାଦ୍ୟପେୟରେ ପରିବର୍ତ୍ତନ କରି ସେ ଏଭଳି ପତଳା ହୋଇଥିବା ନେଇ କଥା କହିଛନ୍ତି ଭାରତୀ। ଏହି ଖାଦ୍ୟାଭ୍ୟାସ ହିଁ ତାଙ୍କୁ ଓଜନ କମ କରିବାରେ ସହାୟତା କରିଛି ବୋଲି ଭାରତୀ କହିଛନ୍ତି ।

Exit mobile version