ଭିଜିଲାନ୍ସ ଜାଲରେ ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ

ସତ୍ୟଶିଖା,( ବ୍ରହ୍ମପୁର) ୨୩.୦୩ .୨୦୨୧ : ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ(ଏସଡିଭିଓ)ଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ମାନସ ରଞ୍ଜନ ଦାସ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‍ସନ୍‍ ସମ୍ବନ୍ଧୀୟ ଫାଇଲ୍‍ କାମ କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାସହିତ ତାଙ୍କ ସରକାରୀ ବାସଭବନ ଏବଂ ନିଜସ୍ୱ ଘରେ ମଧ୍ୟ ଚଢାଉ ଜାରି ରହିଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲା ଗଙ୍ଗାପୁର ଥାନା ଅନ୍ତର୍ଗତ ବିଞ୍ଚଣା ଗ୍ରମାର ଅବସରପ୍ରାପ୍ତ ଭେଟେରିନାରୀ ଟେକ୍ନିସିଆନ୍‍ ଜଗବନ୍ଧୁ ସେଠୀଙ୍କର ପେନ୍‍ସନ୍‍ ସମ୍ବନ୍ଧୀୟ ଫାଇଲ୍‍ କାମ କରାଇଦେବା ପାଇଁ ମାନସ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଜଗବନ୍ଧୁ ଟଙ୍କା ଦେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ମାନସଙ୍କୁ ଗିରଫ କରାଯାଇଛି।

Exit mobile version