

ସତ୍ୟଶିଖା( ତିରୁଅନନ୍ତପୁରମ )୨୫.୦୬. ୨୦୨୨ : କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ ହୋଇଛି । ଏହି ମାମଲାର ଏଡିଜିପି ସ୍ତରରେ ଜଣେ ବରିଷ୍ଠ ଅଧିକାରୀ ତଦନ୍ତ କରିବେ । ଏହା ପୂର୍ବରୁ କେରଳ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସରକାର କଳପେଟ୍ଟାର ଡିଏସ୍ପିଙ୍କୁ ନିଲମ୍ବନ କରିଛନ୍ତି । ଷ୍ଟୁଡେଣ୍ଟ ଫେଡରେଶନ ଅଫ ଇଣ୍ଡିଆ (ଏସ୍ଏଫ୍ଆଇ)ର କର୍ମକର୍ତ୍ତା ଶୁକ୍ରବାର ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ମାମଲାରେ କେରଳ ସରକାର ଶୁକ୍ରବାର ରାତିରେ ଏଡିଜିପି ରାଙ୍କର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଏଥି ସହିତ କାଲପେଟ୍ଟାର ଡିଏସପିଙ୍କୁ ନିଲମ୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ରାଜ୍ୟ ସରକାର ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ରାଲି ଓ ତାଙ୍କ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ କରିବେ ।