ନ୍ୟୁଜ୍

ଭଜନ ସମ୍ରାଟଙ୍କୁ ଅସମ୍ମାନ, ଅଳିଆ ଗଦାରେ ପଡ଼ିଛି ପ୍ରତିମୂର୍ତ୍ତି

କଣ୍ଠରେ ଭାବ ହୃଦୟରେ ଭକ୍ତି ଏବଂ ମନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବନା । କେତେବେଳେ ତାଙ୍କ ‘ହାତରେ ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’ । ପୁଣି କେତେବେଳେ ମହାପ୍ରଭୁଙ୍କ ନିକଟରେ ‘ବଡଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତାଙ୍କ ମନରେ ବଡଦାଣ୍ଡରେ ଆଜି ଦିନରେ ତାଙ୍କୁ ଅସମ୍ମାନ କରିଛି କଟକ ମହାନଗର ନିଗମ ।

କେବଳ ସେତିକି ନୁହେଁ ପ୍ରତିମୂର୍ତ୍ତିକୁ ତାର ଖୁଣ୍ଟରେ ଗୋଡ ଏବଂ ଅଣ୍ଟାକୁ ବାନ୍ଧି ମଧ୍ୟ ଦିଆ ଯାଇଛି । ଶ୍ରାଦ୍ଧ ଦିବସରେ ତାଙ୍କ ବେକରେ ଫୁଲ ମାଲ ଟିଏ ଦେବା ପାଇଁ ପ୍ରତିମୂର୍ତ୍ତି ଟିଏ ନାହିଁ ।  ଖାନଗର ପାର୍କରେ ଯେଉଁଠି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା , କଟକ ନେତାଜୀ ବସ ଟର୍ମିନାଲ ପାଇଁ ସେଠାରୁ ପ୍ରତିମୂର୍ତ୍ତି ଉଠାଇ ନିଆ ଯାଇଥିଲା । ତା ପରଠାରୁ ପ୍ରତିମୂର୍ତ୍ତିକୁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରେ ଜରୀ ଘୋଡାଇ ରଖି ଦିଆ ଯାଇଛି । ଯୋଗୀଟିଏ ହେବାକୁ  ଅଭିଳାଷା । ଏହିପରି ମହାପ୍ରଭୁଙ୍କ ନିକଟରେ ଭାବ ଆଉ ଭକ୍ତିର ଗାନ କରୁ କରୁ ଭିକାରୀ ବଳରୁ ସାଜିଲେ ‘ଭଜନ ସମ୍ରାଟ’ ।

Show More
Back to top button