ଦେଶରାଜ୍ୟ

ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ସତ୍ୟଶିଖା,( ପୁରୀ) ୨୨.୦୩ .୨୦୨୧ : ପୁରୀ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସକାଳ ସାଢେ ୮ଟାରେ ରାଜଭବନରୁ ବାହାରି ବିମାନ ବନ୍ଦର ଯାଇଥିଲେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପ୍ରାୟ ୮ଟା ୪୫ ମିନିଟରେ ପହଂଚିଛନ୍ତି । ତାଳବଣିଆ ହେଲିପ୍ୟାଡରୁ କାର ଯୋଗେ କଡ଼ା ସୁରକ୍ଷା ଭିତରେ ଭିଆଇପି ରୋଡ୍ ଓ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରାଯିବ ।

ଏହି ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ । ସିଂହଦ୍ୱାର ନିକଟରେ ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ରତ୍ନସିଂହାସନ ନିକଟରେ ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହା ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Show More
Back to top button