ନ୍ୟୁଜ୍ରାଜ୍ୟ

୪ଟା ଯାଏଁ ଗୃହ ହେଲା ମୁଲତବି

ସତ୍ୟଶିଖା(ଭୁବନେଶ୍ୱର )୨୫.୧୧.୨୦୨୨:   ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ ହୋଇଛି । ପ୍ରଥମେ ହଟ୍ଟଗୋଳ ପରେ ୧୧ଟା ୩୦ ପରେ ଗୃହକାର୍ୟ୍ୟ ପୁଣି ଆରମ୍ଭ ହେବା ପରେ ଗୃହରେ ଅନୁରୂପ ପରିସ୍ଥିତି ଜାରି ରହିଥିବାରୁ ପୁନଃ ମୁଲତିବ ହୋଇଛି । ଗୃହର ମଧ୍ୟଭାଗକୁ ଆସି ଉଭୟ ବିରୋଧୀ ଓ ଶାସକ ଦଳଙ୍କ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍‍ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ ବିଧାନସଭାରେ ଶୀତକାଳୀନ ଅଧିବେଶନର ଆଜି ୨ୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିନଥିଲା ଗୃହ । ଚାଷୀ ସମସ୍ୟା ନେଇ ବିଧାନସଭାରେ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ସହ ହୋହଲ୍ଲା ହୋଇଥିଲା । ଫସଲ ବୀମା ଯୋଜନା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏମ୍‍ଏସ୍‍ପି ବୃଦ୍ଧି ଦାବିରେ ଶାସକ ଦଳ ମଧ୍ୟ ହୋହଲ୍ଲା କରିଛନ୍ତି । ଫଳରେ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍‍ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ।

Show More
Back to top button