କମଳା ଚୋପାର ଫାଇଦା

ସତ୍ୟଶିଖା (ଭୁବନେଶ୍ୱର ) ୧୬.୦୯.୨୦୨୩ : କମଳା କାହାକୁ ବା ଭଲ ନଲାଗେ। ଏହି କମଳା ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ସ୍କିନ ପାଇଁ ମଧ୍ୟ ସେତିକି ଭଲ। ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କମଳାର ଚୋପା ବି  ଖୁବ ଲାଭଦାୟକ। ଆଉ ଆପଣ ସୁନ୍ଦର ଦିଶିବାକୁ ଚାହୁଁଥିଲେ, କମଳା ଚୋପାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ମଧ୍ୟ ସୁନ୍ଦର ଗ୍ଲୋକରେ। ଯଦି ଆପଣଙ୍କ ତ୍ୱଚା ତେଲିଆ ହୋଇଥାଏ ତେବେ ଏହା କୌଣସି ଔଷଧଠାରୁ କମ୍ ନୁହେଁ।

ଏହାକୁ ଗୁଣ୍ଡକରି ମହୁ ସହ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଚମକ ଆସିବ ଏବଂ ଦାଗ ମଧ୍ୟ ଦୂର ହୋଇଯିବ । କମଳା ଚୋପାରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏହି ଚୋପାରେ କ୍ଲୋଜିଂ ଗୁଣ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ, ତାପରେ ସେଥିରେ ମହୁ ମିଶ୍ରିତ କରି ମୁଣ୍ଡରେ ଲଗାନ୍ତୁ । କିଛି ସମୟ ପରେ ଧୋଇବା ପରେ କେଶ ଚମକିବ ।

 

Exit mobile version