ସତ୍ୟଶିଖା ( ଭୁବନେଶ୍ୱର ) ୦୨ /୧୦/୨୦୨୦ : ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଆବଶ୍ୟକ । ଆମର ଦିନଚର୍ଯ୍ୟା ପୋଷଣ ତତ୍ତ୍ୱରେ ଭରପୁର ହେବା ଦରକାର | ଦିନଚର୍ଯ୍ୟାରେ ଭିଟାମିନ, ପ୍ରୋଟିନ, କ୍ୟାଲସିୟମ ଆଦି ପ୍ରମୁଖ ତତ୍ତ୍ୱ । ଏହିସବୁ ଭିଟାମିନ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ମହତ୍ଵପୁର୍ଣ । ଯଦି ଶରୀରରେ କୌଣସି ସମସ୍ୟା ହୁଏ ତାହେଲେ କୌଣସି ବିଶେଷ ତତ୍ତ୍ୱର ଅଭାବରେ ହୋଇଥାଏ । ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ ପାଉଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ ପାଉଡରର ଚାହିଦା ବଢ଼ିବାରେ ଲାଗିଛି । ନିୟମିତ ବ୍ୟାୟାମ ସହ ପ୍ରୋଟିନ ପାଉଡର ସେବନ କରିବାକୁ ଡାକ୍ତର ଓ ଫିଟନେସ ଟ୍ରେନର ମଧ୍ୟ ପରାମର୍ଶ ଦେଉଛନ୍ତି । ବଜାରରେ ବହୁ ପ୍ରକାରର ପ୍ରୋଟିନ ପାଉଡର ଉପଲବ୍ଧ । କିନ୍ତୁ ବେଳେ ବେଳେ ବଜାରରେ ମିଳୁଥିବା ପ୍ରୋଟିନ ପାଉଡର ସ୍ୱାସ୍ଥ୍ୟ ପାଇଁ ଘାତକ ମଧ୍ୟ ହୋଇଥାଏ । ତାଛଡା ବଜାରରେ ମିଳୁଥିବା ପ୍ରୋଟିନ ପାଉଡର ମହଙ୍ଗା ମଧ୍ୟ ହୋଇଥାଏ । ପ୍ରୋଟିନ ପାଉଡର ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ ।
ବହୁତ ଅଳ୍ପ ସମୟରେ ଘରେ ପ୍ରୋଟିନ ପାଉଡର ପ୍ରସ୍ତୁତ କରିହେବ । ଏଥିପାଇଁ ଆବଶ୍ୟକ ୧୦୦ ଗ୍ରାମ କାଜୁ, ସୋୟାବିନ, ବାଦାମ ଓ ମିଲ୍କ ପାଉଡର । ସବୁକୁ ମିଶାଇ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିଦିଅନ୍ତୁ । ଏଥିରେ ଅଳ୍ପ ମାତ୍ରାରେ ଫେସି ମଧ୍ୟ ମିଶାଇ ପାରିବେ । ଏହାର ସେବନ କଲେ ଗଣ୍ଠି ମଜବୁତ ହୋଇଥାଏ ଏବଂ ଶରୀରରେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିଥାଏ । ଏହି ପାଉଡରରୁ କ୍ୟାଲୋରୀ ମିଳିଥାଏ ।
ଏହିଭଳି ବ୍ୟବହାର କରିବେ ପ୍ରୋଟିନ ପାଉଡର….
- ପ୍ରୋଟିନ ପାଉଡର ସକାଳେ ଓ ସନ୍ଧ୍ୟାରେ ଗୋଟିଏ ଗ୍ଲାସ କ୍ଷୀରରେ ପକାଇ ସେବନ କଲେ ଲାଭ ମିଳିଥାଏ । କ୍ଷୀରରେ ୫ ରୁ ୬ ଚାମଚ ପ୍ରୋଟିନ ପାଉଡର ପକାଇ ପାରିବେ ।
- ଶିଶୁଙ୍କ ପାଇଁ ପ୍ରୋଟିନ ପାଉଡର ଅତ୍ୟନ୍ତ ହିତକର । କାରଣ ଶିଶୁଙ୍କ ଶରୀର ବିକାଶଶୀଳ ଅବସ୍ଥାରେ ଥାଏ । ସେଥିପାଇଁ ଶିଶୁଙ୍କ ପାଇଁ ପ୍ରୋଟିନ ପାଉଡର ବହୁତ ଆବଶ୍ୟକ । ଶିଶୁଙ୍କୁ ସକାଳୁ କ୍ଷୀରରେ ୩-୪ ଚାମଚ ପ୍ରୋଟିନ ପାଉଡର ପକାଇ ସେବନ କରିବାକୁ ଦେବେ ।
- ବୟସ୍କ ଲୋକଙ୍କ ହାଡ ଦୁର୍ବଳ ହୋଇଥାଏ । ସେଥିପାଇଁ ବୟସ୍କ ଲୋକଙ୍କ ପାଇଁ ପ୍ରୋଟିନ ପାଉଡର ଆବଶ୍ୟକ । ବୟସ୍କ ବ୍ୟକ୍ତି ୩-୪ ଚାମଚ ପ୍ରୋଟିନ ପାଉଡର କ୍ଷୀରରେ ପକାଇ ସେବନ କଲେ ଦୁର୍ବଳତା ଦୂର ହେବ ।
- ଯେଉଁ ମହିଳାମାନଙ୍କର ମାସିକ ଋତୁସ୍ରାବ ଅନିୟମିତ ହୋଇଥାଏ ସେମାନଙ୍କ ପାଇଁ ମଧ୍ୟ ପ୍ରୋଟିନ ପାଉଡର ବହୁତ ହିତକର । ଏହିଭଳି ମହିଳାଙ୍କୁ ମଧ୍ୟ ନିୟମିତ ପ୍ରୋଟିନ ପାଉଡର ସେବନ କରିବା ଉଚିତ । ମହିଳାଙ୍କୁ ପ୍ରୋଟିନର ସବୁଠାରୁ ଅଧିକ ଆବଶ୍ୟକତା ହୋଇଥାଏ କାରଣ ମାସିକ ଋତୁସ୍ରାବ ଯୋଗୁଁ ମହିଳାଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ ।
- ୪୦ ବର୍ଷ ବୟସ ପରେ ଶରୀର ଦୁର୍ବଳ ହେବା ଆରମ୍ଭ ହୋଇଥାଏ । ମାଂସପେଶୀ ମଧ୍ୟ ଦୁର୍ବଳ ହେବା ଆରମ୍ଭ ହୋଇଥାଏ | ସେଥିପାଇଁ ଯୁବାବସ୍ଥାରେ ମଧ୍ୟ ପ୍ରତିଦିନ ପ୍ରୋଟିନ ପାଉଡର ସେବନ କରିବା ଉଚିତ । ଏହାଦ୍ୱାରା ଶରୀରର ମେଟାବୋଲିଜିମ ବଢିଥାଏ ।