ଦେଶନ୍ୟୁଜ୍ରାଜନୀତିରାଜ୍ୟ

ଆସନ୍ତାକାଲି ଓଡ଼ିଶା ଆସବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ସତ୍ୟଶିଖା( ଭୁବନେଶ୍ୱର )୦୭ .୦୭ . ୨୦୨୨:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଆସବେ। ତାଙ୍କୁ ସ୍ୱାଗତ କରିବା ପାଇଁ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ ହେଉଛି। ସୂଚନା ଅନୁଯାୟୀ, ସେ ସାଢ଼େ ୧୦ଟା ବେଳେ ବିଧାନସଭାକୁ ଆସିବେ। ବିଧାନସଭାର ୫୪ ନମ୍ବର କକ୍ଷରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ ହେଉଛି। ଏଥିରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।
ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ। ତାପରେ ସେ ବିଧାନସଭାକୁ ଆସିବେ। ନିଜ ସପକ୍ଷରେ ସମର୍ଥନ ଲାଗି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ସେ ସବୁ ଦଳର ସମର୍ଥନ ଲାଗି ପ୍ରୟାସ ଚଳାଇଛନ୍ତି।

Show More
Back to top button