

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଦେଶରେ ୨୦୨୧-୨୨ ସାଧାରଣ ବଜେଟ୍ ସୋମବାର ଉପସ୍ଥାପିତ ହେବ । ବଜେଟ୍ ପୂର୍ବରୁ ସେୟାର ବଜାରେର କିନ୍ତୁ ଉତ୍ସାହ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୪୦୦ ଅଙ୍କ ବୃଦ୍ଧି ପାଇଛି । ଏହାସହ ୪୬,୬୧୭.୯୫ ପଏଣ୍ଟରେ ଖୋଲିଛି । ସେହିପରି ଏନଏସଇର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି । ଗତ କାରବାର ଦିନରେ ସେନସେକ୍ସ ୪୬,୨୮୫.୭୭ ଓ ନିଫ୍ଟି ୧୩,୬୩୪.୬୦ରେ ବନ୍ଦ ହୋଇଥିଲା ।
ସକାଳେ ସେନସେକ୍ସ ଓ ନିଫ୍ଟି ଉଭୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଆତ୍ମନିର୍ଭର ଭାରତ, କରୋନା ବେଳେ ଅର୍ଥବ୍ୟବସ୍ଥାର ଗତିରେ ଇନ୍ଧନ ଦେବା ଭଳି ସରକାର କିଛି ଘୋଷଣା କରିପାରନ୍ତି । ତେଣୁ ସେନସେକ୍ସ ୪୬,୭୭୭.୫୬ ପଏଣ୍ଟ ଓ ନିଫ୍ଟି ୧୩,୭୭୩.୮୦ରେ ପହଁଚିଥିଲା । ସେନସେକ୍ସରେ ସାମିଲ ୩୦ଟି କମ୍ପାନୀ ମଧ୍ୟରୁ ୧୯ଟି ଭଲ କାରବାର କରିଥିଲେ । ନିଫ୍ଟିରେ ମଧ୍ୟ ୫୦ରୁ ୩୫ଟି କମ୍ପାନୀ ଭଲ ଆରମ୍ଭ କରିଥିଲେ । ସେନସେକ୍ସରେ ସାମିଲ ଇଣ୍ଡସିଣ୍ଡ୍ ବ୍ୟାଙ୍କର ସେୟାର ସବୁଠାରୁ ଅଧିକ ଲାଭରେ ରହିଥିଲା । ଏହା ୭.୩୨ ପ୍ରତିଶତ ବୃଦ୍ଧି ପାଇତିଲା । ନିଫ୍ଟିରେ ବି ବ୍ୟାଙ୍କର ସେୟାର ୬.୭୭ ପ୍ରତିଶତ ଲାଭ ରହିଥିଲା । ଏହା ବ୍ୟତୀତ ଆଇସିଆଇସିଆଇ, ଏଚଡିଏଫସି, ଏସବିଆଇ, ମାରୁତି ସୁଜୁକି ଓ ରିଲାଏନ୍ସ ଭଲ କାରବାର କରିଥିଲେ ।