ଅପରାଧ
ନିମାପଡାରୁ ଜବତ ହେଲା ଗୋ ମାଂସ


ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ : ରାଜ୍ୟରେ ବଢିଚାଲିଛି ଗୋ ମାଂସ କାରବାର । ପୁଣି ପୁରୀ ଜିଲ୍ଲା ନିମାପଡାରେ ବେଧଡ଼କ ଚାଲିଛି ଗୋ ମାଂସ ଚାଲାଣ । ଗତ ବିଳମ୍ବିତ ରାତିରେ ଗୋ ମାଂସ ଚାଲଣବେଳେ ମାଡି ବସିଲା ନିମାପଡା ପୋଲିସ୍ ।
ଗୋ ମାଂସ ବୋଝେଇ ଟାଟାଏସି ଗାଡି ସହ ଜଣକୁ ଅଟକ ରଖିଛି ନିମାପଡା ପୋଲିସ୍ । ନିମାପଡା ଥାନା ଦିଘାଳ ଗାଁରୁ ଗୋମାଂସ ବୋଝେଇ ଗାଡି ଧରିଛି ପୋଲିସ୍ । ନିମାପଡାରେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଲେଣି ଗୋ ମାଂସ ଚାଲାଣକାରୀ। ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।