ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟ

ଗାଁ ଭିତରେ ଭାଲୁ l

ସତ୍ୟଶିକ୍ଷା ୨୯.୦୯.୨୦୨୦ : ଗାଁ ଭିତରେ ବୁଲୁଛି ଭାଲୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ପଂଚାୟତ ବଣୁଆଗୁଡା ଗାଁ ନିକଟରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଏହି ଗାଁର ୨ଜଣ ବ୍ୟକ୍ତି ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛନ୍ତି ।

“ନବରଙ୍ଗପୁର ଜିଲ୍ଲା ବଣୁଆଗୁଡା ଗାଁ ନିକଟରେ ବୁଲୁଛନ୍ତି ଭାଲୁ, ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଭାଲୁ ଆସିଥିବା ଆଶଙ୍କା; ଭାଲୁ ଆକ୍ରମଣରେ ଜଣେ ଆହତ, ଭୟଭୀତ ଗାଁ ଲୋକେ”

ମିଳିଥିବା ସୂଚନା ଅନୁସାରେ ଗାଁ ଜଙ୍ଗଲରେ ପ୍ରାୟ ୭ଟି ଭାଲୁ ଅଛନ୍ତି । ସନ୍ଧ୍ୟାରେ ଭାଲୁ ଗୁଡିକ ଗାଁ ମୁହାଁ ହେବା ସହିତ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲ। । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।

Show More
Back to top button