ସ୍ୱାସ୍ଥ୍ୟ

ଚୁଇଙ୍ଗମ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ସତ୍ୟଶିଖା(ଭୁବନେଶ୍ୱର) ୨୧.୦୭.୨୦୨୧:  କିଛି ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା କିଛି ସବୁବେଳେ ଚୋବାଇବା  । ଚୁଇଙ୍ଗମ୍ ଚୋବାଇବା ସମୟରେ ଧ୍ୟାନ ଦିଅନ୍ତୁ ଏହା ଯେପରି ପେଟ ଭିତରକୁ ନଯିବ  । ଏହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ  । ଏହା ସହଜରେ ହଜମ ହୋଇନଥାଏ  । ୪୦ରୁ ୪୫ ଘଂଟା ପର୍ଯ୍ୟନ୍ତ ଏହା ପେଟ ଭିତରେ ରହିଥାଏ  । ଚୁଇଙ୍ଗମରେ ଅନେକ ପ୍ରକାର ହାନିକାରକ ତତ୍ୱ ରହିଥାଏ  । ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ  । ଅନ୍ୟ ଖାଦ୍ୟ ପଦାର୍ଥ ଭଳି ଏହା ପେଟ ଭିତରେ ନଷ୍ଟ ହୋଇନଥାଏ  । ଏହାକୁ ଆପଣ ଯେତେ ସମୟ ଚୋବେଇବେ ତାହା ସେପରି  ଅବସ୍ଥାରେ ରହିଥିବ  । ଏହାକୁ ଆପଣ ଯଦି ଭୁଲରେ ଢୋକିଦେଇଛନ୍ତି ଏହା ଆପଣଙ୍କ ପେଟରେ ବସିଯାଏ ଏବଂ ପାଚନ ପ୍ରକ୍ରିୟାରେ ବାଧକ ସୃଷ୍ଟି ହୋଇଥାଏ  । ଅନ୍ୟ ଯେକøଣସି ଖାଦ୍ୟ ଖାଇଲେ ତାହା ପାଚନ ହୋଇ ବର୍ଜ୍ୟ ଆକାରରେ ଶରୀରରୁ ନିଷ୍କାସିତ ହୋଇଯାଏ  । ଚୁଇଙ୍ଗମ ଶରୀରରେ ଅଧିକ ସମୟ ରହିବା ଦ୍ୱାରା ହଜମ ପ୍ରକ୍ରିୟା ଡେରି ହୋଇଥାଏ ଏହା ଦ୍ୱାରା ରକ୍ତଚାପ ବଢ଼ିଯାଇଥାଏ  । ଏହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ  । ଯଦି ଆପଣଙ୍କ ଶରୀରରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିଯାଏ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ  । 

Show More
Back to top button