ଲିପ୍ଷ୍ଟିକ ଲଗାଉଥିଲେ, ଦିଅନ୍ତୁ ଧ୍ୟାନ


ସତ୍ୟଶିଖା(ଭୁବନେଶ୍ୱର )୨୫.୧୧.୨୦୨୨: ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନାରୀର ସୁନ୍ଦରତା ବଢ଼ାଇବାରେ ମୁଖ୍ୟ ଉତ୍ସ ସାଜିଥାଏ ଓଠ । ଓଠ ଯେତିକି ମୁଲାୟମ ଓ ସୁନ୍ଦର ଦେଖାଯିବ ଲୁକ ସେତିକି ଆକର୍ଷଣୀୟ ଲାଗିବ । କିଛି ମହିଳା ସବୁବେଳେ ଲିପଷ୍ଟିକ ଲଗାନ୍ତି । ଆଉ କିଛି ମହିଳା ବାହାରକୁ ଗଲାବେଳେ ସଜବାଜ ହେଲାବେଳେ ଲିପଷ୍ଟିକ ଲଗାନ୍ତି । ଯଦି ଆପଣ ଲିପଷ୍ଟିକ ଲଗାଇବାକୁ ପସନ୍ଦ କରନ୍ତି ତେବେ କିଛି ଜିନିଷ ଜାଣି ରଖିବା ନିତ୍ୟାନ୍ତ ଆବଶ୍ୟକ ।
ଶୀତଦିନରେ ସାଧାରଣତଃ ଓଠର ଶୁଷ୍କତା ଅଧିକ ବଢ଼ିଯାଇଥାଏ । ଏହି ସମୟରେ ଆପଣଙ୍କୁ ଓଠ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ତେଣୁ ଓଠକୁ କୋମଳ ରଖିବା ଆବଶ୍ୟକ ହୋଇଥାଏ ।
– ଶୀତଦିନରେ ଲିକ୍ୱିଡ ଲିପଷ୍ଟିକ ଲଗାନ୍ତୁ ନାହିଁ । ଓଠ ଅଧିର ଶୁଷ୍କ ହୋଇ ଫାଠିବ । ଯଦି ବା ଏହି ଲିପଷ୍ଟିକ ଲଗାଇବେ, ପ୍ରଥମେ ଓଠରେ ଲିପ ବାମ ଲଗାନ୍ତୁ ।
– ଏହି ଦିନରେ ଓଠ ପାଇଁ କ୍ରିମ ଲିପଷ୍ଟିକ ଭଲ, ତେଣୁ ଆପଣ ବଜାରରେ ମିଳୁଥିବା କ୍ରିମ ଲିପଷ୍ଟିକ କିଣି ଲଗାଇ ପାରିବେ । ଏଥିରେ ଥିବା କ୍ରିମ ତତ୍ତ୍ୱ ଓଠ ପାଇଁ ମଏଣ୍ଟରାଇଜର ଭଳି କାମ କରେ ।
– ଆଉ ଏକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଘରେ ଥିବା ସମୟରେ ଆପଣ ଲିପଷ୍ଟିକ ନଲଗାଇ ଓଠରେ ଲିପବାମ ଲଗାନ୍ତୁ । ମ୍ୟାଟ ଲିପଷ୍ଟିକ ଠାରୁ ମଧ୍ୟ ଏଇ ଋତୁରେ ଯେତେ ସମ୍ଭବ ଦୂରେଇ ରୁହନ୍ତୁ ।