ସାବଧାନ ! ରୁହନ୍ତୁ ହ୍ୱାଟସଆପ୍ ୟୁଜର

(ସତ୍ୟଶିଖା)ନୂଆଦିଲ୍ଲୀ, ୧୪|୦୭|୨୦୨୦:  ହ୍ୱାଟସଆପ୍ ୟୁଜରଙ୍କ ପାଇଁ ଏକ ବିପଦ । ୟୁଜର୍ସଙ୍କୁ ହ୍ୱାଟସଆପ୍‌ର ଫେକ୍ ଭର୍ସନ୍ ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ମେସେଜିଂ ଆପ୍‌ ସହ ଜଡିତ ସମସ୍ତ ଅପଡେଟ୍‌କୁ ଟ୍ରାକ୍ କରୁଥିବା ଆପ୍ ଓ୍ୱାବେଟା ଇନଫୋ ଏନେଇ ଚେତାବନୀ ଜାରି କରିଛି । ଟ୍ୱିଟ୍‌ରେ ସୁରକ୍ଷାକୁ ନେଇ ମୋଡିଫାଏଡ୍ ଭର୍ସନକୁ ବିକଳ୍ପ କୁହାଯାଇ ପାରିବ ନାହିଁ ବୋଲି ସଂସ୍ଥା କହିଛି ।

ଟ୍ୱିଟ୍‌ରେ କୁହାଯାଇଛି ଯେ, ହ୍ୱାଟସଆପ୍‌ର ମୋଡିଫାଏଡ୍ ଭର୍ସନ ଆକର୍ଷକ ଲାଗିଥାଏ, କିନ୍ତୁ ଏହା ଠିକ୍ ନୁହେଁ । ଡାଟା ଲିକ୍ ହେବାର ରିସ୍କ ରହିଛି । ଏହି ମୋଡିଫାଏଡ୍ ଆପ୍‌ ଜରିଆରେ ହ୍ୟାକର୍ସମାନେ ସହଜରେ ୟୁଜରଙ୍କୁ ଶିକାର କରିପାରିବେ । ଏହି ଫେକ୍ ହ୍ୱାଟସଆପ୍ ଡେଭଲପମେଣ୍ଟ୍ ଦ୍ୱାରା ତଥ୍ୟ ଚୋରୀର ଭୟ ରହିଛି । ହ୍ୟାକର୍ସମାନେ ଆକାଉଣ୍ଟକୁ ଆକସେସ୍ କରିବା ସହ ମେସେଜ୍ ସିନ୍ ଓ ଏଡିଟ୍ କରିପାରିବେ ।

ଏଥିରେ ଆହୁରି କହାଯାଇଛି ଯେ, ମୋଡିଭାଏଡ୍ ଆପ୍‌କୁ କମ୍ପାନୀ ଭେରିଫାଏଡ୍ କରିନାହିଁ । ଅନେକ ୟୁଜର ଏହାକୁ ବ୍ୟବହାର କରୁଛନ୍ତି । ସେମାନଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇପାରେ । କିଛି ୟୁଜର୍ସ ଅଧିକ ଫିଚର୍ ଲୋଭରେ ଏହି ଭର୍ସନକୁ ବ୍ୟବହାର କରିଥାନ୍ତି । ଯାହା ନିରାପଦ ନୁହେଁ ।

ହ୍ୱାଟସଆପ୍‌ର ଅଫିସିଆଲ୍ ଭର୍ସନକୁ ଆପଲ୍ ଷ୍ଟୋର ବା ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ୍ କରିହେବ । ଏଥିପାଇଁ ହ୍ୱାଟସଆପ୍‌ର ବିଟା ଭର୍ସନ ମଧ୍ୟ ରହିଛି ।

Exit mobile version