
ସତ୍ୟଶିଖା (ନାଗପୁର) ୯/୧୧/୨୦୨୦ : ଭାରତରେ ଏବେ ଅନଲାଇନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଏଭଳି ଏକ ଘଟଣାକ୍ରମରେ ନାଗପୁରର ଜଣେ ବ୍ୟକ୍ତିଙ୍କଠାରୁ ପ୍ରାୟ ୯ ଲକ୍ଷ ଟଙ୍କା ଠକି ନେଇଛି ଅନଲାଇନ ଲୁଟେରା ।
ପୋଲିସ କହିବା ମୁତାବକ ପ୍ରଥମେ ଲୁଟର ଶିକାର ହୋଇଥିବା ନାଗପୁର କୋରାଡି ଅଞ୍ଚଳର ଅଶୋକ ମାନଓ୍ବତେଙ୍କ ନାବାଳକ ପୁଅ ପାଖକୁ ଗୋଟିଏ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନ ଉଠାଇବା କ୍ଷଣି ଲୁଟେରା ଜଣକ ଜଣେ ଡିଜିଟାଲ ପେମେଣ୍ଟ କମ୍ପାନୀର କଷ୍ଟୋମର କେୟାର ଏକଜିକ୍ୟୁଟିଭ ବୋଲି ପରିଚୟ ଦେଇଥିଲା ଏବଂ କହିଥିଲା ଯେ ଏହି ନମ୍ବର ଅଶୋକ ମାନଓ୍ବାତେଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଜଡିତ ଅଛି ।ଏହା ପରେ ଫ୍ରଡ୍ ଜଣଙ୍କ ଲୋଭନୀୟ ଅଫର ଦେଇଥିଲା । ଫ୍ରଡ୍ ଜଣଙ୍କ କହିଥିଲା ଯେ ସେ ଯାହା ଯାହା କହିବ ସେହି ଉପାୟରେ ଗଲେ ଆକାଉଣ୍ଟରେ ଥିବା ଟଙ୍କା ଆହୁରି ଅଧିକ ହୋଇଯିବ । ତେବେ ଏହା ପରେ ଫ୍ରଡ୍ ଜଣକ ନାବାଳକ ପୁଅକୁ ଗୋଟିଏ ରିମୋଟ୍ ଡେକ୍ସଟପ ସପ୍ଟଓ୍ବେରରୁ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କହିଥିଲା । ଆପ୍ଲିକେସନ ଡାଉନଲୋଡ କରି ଲଗଇନ୍ କରିବା ପରେ ଫ୍ରଡ ଜଣକ ସେହି ବ୍ୟକ୍ତିଙ୍କ ଆକାଉଣ୍ଟକୁ ହ୍ୟାକ କରି ନେଇଥିଲା ଏବଂ ତତକ୍ଷଣାତ ତାଙ୍କ ଆକାଉଣ୍ଟରୁ ୮ ଲକ୍ଷ ୯୫ ହଜାର ଟଙ୍କା ଚଳୁ କରିନେଇଥିଲା । ତେବେ ନାଗପୁର ପୋଲିସ ଧାରା-୪୧୯ ମିଥ୍ୟା ପ୍ରତିପୂରଣ ଏବଂ ଧାରା-୪୨୦ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।