ସାବଧାନ ! କରୋନାକୁ ନେଇ ଫେକ୍ କଲ:

ସତ୍ୟଶିଖା (ବାଲିପାଟଣା)୧୫/୭: କରୋନାକୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ଥିବା ବେଳେ କିଏ କିଏ ଏହାର ମଜା ଉଡାଉଛନ୍ତି। କରୋନା ଟେଷ୍ଟ କରୁଥିବା ବ୍ୟକ୍ତିଙ୍କ ପାଖକୁ ଆସୁଛି ଫେକ୍ କଲ୍ । କରୋନା ଟେଷ୍ଟ କରି ଫେରୁଥିବା ବ୍ୟକ୍ତିଙ୍କୁ କେହି ଜଣେ ବ୍ୟକ୍ତି ଫୋନ୍ କରି କହୁଛନ୍ତି, “ଆପଣଙ୍କର କରୋନା ପଜିଟିଭ୍ ଆସିଛି। କାହା ସହ ମିଳାମିଶା ନକରି ଏକା ଏକା ରୁହନ୍ତୁ ।

ଆମ ଟିମ୍ ଗଲେ ଆପଣଙ୍କୁ ହସ୍ପିଟାଲ୍‌ ସିଫ୍ଟ କରିବେ । ” ଏଭଳି ଫୋନ୍ କଲ ଆସିବା ପରେ କରୋନା ଟେଷ୍ଟ କରିଥିବା ବ୍ୟକ୍ତି, ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ କରୋନା ଭୟରେ ଭୟଭୀତ ହୋଇ ପଡିଛନ୍ତି। ବାଲିପାଟଣା ବ୍ଳକ ମଝିହରା ପଞ୍ଚାୟତ, ରାଜସ ପଞ୍ଚାୟତ ଏବଂ କୁରୁଞ୍ଜିପୁର ପଞ୍ଚାୟତର ଏକଧିକ କରୋନା ଟେଷ୍ଟ କରିଥିବା ବ୍ୟକ୍ତିଙ୍କ ପାଖକୁ ଏପରି ଫେକ୍ କଲ୍‌ ଆସୁଛି । କଲ୍‌ ଆସିଥିବା ନମ୍ବରକୁ ଫୋନ୍ କଲେ କେହି ରିସିଭ୍ କରୁନାହାନ୍ତି । ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କଲେ ସତ୍ୟାସତ ଲୋକ ଲୋଚନକୁ ଆସିପାରିବ । । ଏଭଳି ଫେକ୍‌ କଲ୍ କୁ ବିଶ୍ୱାସ ନ କରି ସରକାରୀ ତଥ୍ୟ କୁ ବିଶ୍ୱାସ କରିବାକୁ ମେଡିକାଲ୍‌ ଅଫିସର୍ ନିବେଦନ କରିଛନ୍ତି ।

Exit mobile version