ଜୀବନମନ୍ତ୍ରସ୍ୱାସ୍ଥ୍ୟ

ଭୟଙ୍କର ଖରା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଆପଣ ହୋଇପାରନ୍ତି ଏସବୁ ରୋଗର ଶୀକାର…

ସତ୍ୟଶିଖା (ଭୁବନେଶ୍ୱର) ୧୧.୦୩.୨୦୨୨: ବର୍ତ୍ତମାନ ପାଗ ବଦଳିବା ସହିତ ରୋଗ ଗୁଡିକ ମଧ୍ୟ ସେମାନଙ୍କର ରୂପ ବଦଳାଇବା ଆରମ୍ଭ କରିଛନ୍ତି। ଏପରି କିଛି ରୋଗ ଅଛି, ଯାହା ଗ୍ରୀଷ୍ମ ଋତୁରେ ତଥା ଖରା ଦିନରେ ଲୋକଙ୍କୁ ଶୀଘ୍ର ବ୍ୟାପିଥାଏ। ହେଲେ ଏହି ରୋଗ ଗୁଡିକ ସାଧାରଣ, କିନ୍ତୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଭୟଙ୍କର ହୋଇପାରେ। ରୋଗ ଗୁଡିକର ଚିକିତ୍ସା ଘରେ ମଧ୍ୟ ସମ୍ଭବ ହୋଇପାରିବ। ତେଣୁ ଆମେ ଆପଣଙ୍କୁ ଏପରି କିଛି ରୋଗ ବିଷୟରେ କହିବାକୁ ଯାଉଛୁ ଯାହା ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଅଧିକ ଶୀଘ୍ର ଆକ୍ରମଣ କରିଥାଏ ଏବଂ ସେଗୁଡିକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣି ରଖନ୍ତୁ ।

ହୃଦଘାତ୍‌– ହାର୍ଟ ଷ୍ଟ୍ରୋକ୍ ହେଉଛି ସାଧାରଣ ରୋଗ, ଯାହା ଶରୀରରେ ଜଳୀୟ ଅଂଶ ଅଭାବ ହେବାରୁ ଏହା ହୋଇଥାଏ। କିନ୍ତୁ ଯଦି ଏହାର ସଠିକ ସମୟରେ ଚିକିତ୍ସା ନକରାଯାଏ ଏହା ମଣିଷର ଜୀବନ ମଧ୍ୟ ନେଇପାରେ । ଏହା ଦ୍ୱାରା ରୋଗୀ ଶରୀରରେ ଫୁଡ ପଏଜନିଙ୍ଗ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବାନ୍ତି ଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ବଞ୍ଚିବା ପାଇଁ ନିଜ ଖାଦ୍ୟପେୟର ଧ୍ୟାନ ରଖିବା ସହ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ ।

ହାର୍ଟ ଷ୍ଟ୍ରୋକକୁ ଏଡ଼ାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କ ଖାଦ୍ୟର ଯତ୍ନ ନେବା। ଶରୀରରେ ଜଳର ଅଭାବ ଗ୍ରୀଷ୍ମ ଋତୁରେ ଏହାକୁ ଦୁର୍ବଳ କରିଥାଏ । ଏହି କ୍ଷେତ୍ରରେ ରୋଗର ଆଶଙ୍କା ବଢିଯାଏ । ସେଥିପାଇଁ ଗ୍ରୀଷ୍ମ ସମୟରେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ ଅଟେ। ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ ନିଶ୍ଚିତ ଭାବରେ ସବୁଜ ପନିପରିବା, ସାଲାଡ ଏବଂ ଫଳ ଖାଆନ୍ତୁ। ଏହି କାରଣରୁ ଶରୀରରେ ଜଳର ଅଭାବ ରହିବ ନାହିଁ, ଯାହା ହାର୍ଟ ଷ୍ଟ୍ରୋକର ଆଶଙ୍କା ମଧ୍ୟ ହ୍ରାସ କରିବ। ଗରମ ଦିନରେ ଶରୀର ଉପରେ ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ।

ଏସିଡିଟି-ଖରାଦିନେ ଏସିଡିଟି ହେଉଛି ସବୁଠାରୁ ବଡ ସମସ୍ୟା ଏବଂ ଯଦି ଯାତ୍ରା ସମୟରେ ଅମ୍ଳତା ସମସ୍ୟା ଦେଖାଯାଏ। ତେବେ ଜୀବନ ଚାଲିଯିବା ପରି ମନେହୁଏ। ଅଧିକ ଏସିଡିଟି ହେଲେ ଛାତିରେ ଜଳା ପୋଡା ଏବଂ ଯନ୍ତ୍ରଣା, ବାନ୍ତି ଭଳି ଅନୁଭବ କରିବା ଭଳି ଅନ୍ୟାନ୍ୟ ସମସ୍ୟା ଦେଖାଯାଏ। ଏପରି ପରିସ୍ଥିତିରେ, ଯେତେବେଳେ ଏହି ସମସ୍ୟା ବାରମ୍ବାର ଘଟିବା ଆରମ୍ଭ କରେ, ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇଥାଏ । ଏଭଳି ପରିସ୍ଥିତିରେ, ଏହାକୁ ଏଡାଇବା ପାଇଁ ଏବଂ ଖାଦ୍ୟ ଉପରେ ନିୟନ୍ତ୍ରଣ କରିବା ସତର୍କ ରହିବା ଆବଶ୍ୟକ। ଏସିଡିଟିକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଭଜା ଏବଂ ମସଲାଯୁକ୍ତ ଖାଦ୍ୟକୁ ଦୂରେଇ ରହିବା। କାରଣ ଏହା ଏସିଡିଟିର ସବୁଠାରୁ ବଡ କାରଣ।

ଜଣ୍ଡିସ୍-ଗ୍ରୀଷ୍ମ ଋତୁରେ ପିଲା କିମ୍ବା ବୟସ୍କମାନଙ୍କଠାରେ ଜଣ୍ଡିସର ଆଶଙ୍କା ବଢି ଯାଏ। ଜଣ୍ଡିସକୁ ହେପାଟାଇଟିସ୍ ଏ ମଧ୍ୟ କୁହାଯାଏ। ଜଣ୍ଡିସର ସବୁଠାରୁ ବଡ କାରଣ ହେଉଛି ଦୂଷିତ ଜଳ ଏବଂ ଦୂଷିତ ଖାଦ୍ୟ। ଜଣ୍ଡିସରେ ରୋଗୀର ଆଖି ଏବଂ ନଖ ହଳଦିଆ ହୋଇଯାଏ ଓ ପରିସ୍ରା ମଧ୍ୟ ହଳଦିଆ ରଙ୍ଗର ହୋଇଥାଏ। ଯଦି ଏହାକୁ ସଠିକ୍ ଚିକିତ୍ସା ଦିଆଯାଇନଥାଏ। ତେବେ ଏହା ଏକ ଗମ୍ଭୀର ରୂପ ନେଇପାରେ। ତେଣୁ ଜଣ୍ଡିସ୍ ହେବା ପୂର୍ବରୁ ସତର୍କ ରହିବା ଜରୁରୀ।

ହାଡଫୁଟି-ଗରମ ଦିନରେ ଅଧିକାଂଶ ପିଲାଙ୍କୁ ହାଡଫୁଟି ହେଉଥିବାର ଦେଖିବାକୁ ମିଳିଥାଏ । ଶରୀରରେ ଲାଲ ଦାଗ ପଡିଯିବା ସହିତ ମୁଣ୍ଡବ୍ୟଥା, ଜ୍ୱର ଏବଂ ଗଳାରେ ଯନ୍ତ୍ରରା ହାଡଫୁଟିର ଲକ୍ଷଣ ହୋଇଥାଏ । କାଶ କିମ୍ବା ଥଣ୍ଡା ହେବା ହାଡଫୁଟିର ସାଧାରଣ ଲକ୍ଷଣ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ପାଖ ଲୋକଙ୍କୁ ମଧ୍ୟ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାର ଉପଚାର ମଧ୍ୟ ରହିଛି । ହାଡଫୁଟି ପାଇଁ ଏବେ ଟୀକା ଉପଲବ୍ଧ ରହିଛି । ଏହାବ୍ୟତୀତ ସତର୍କତା ସହିତ ମଧ୍ୟ ଏଥିରୁ ବଞ୍ଚିପାରିବେ । ସତର୍କତା ଅବଲମ୍ବନ କରିବା ହେଉଛି ଏହାର ଏକମାତ୍ର ଉପାୟ । ବାହାରୁ ଆସିଲେ ଠିକ ଭାବରେ ଧୋଇ ହୋଇଯାଆନ୍ତୁ। ତେବେ ହାଡଫୁଟି ରୋଗୀଙ୍କୁ ଏକ ଅଲଗା ଘରେ ରଖିବା ଜରୁରୀ ହୋଇଥାଏ ।

Show More
Back to top button