ଘରେ ଗଛ ଲଗାଇବା ଆଗରୁ ଜାଣି ରଖନ୍ତୁ ଏସବୁ ନିୟମ l

ସତ୍ୟଶିଖା ୧୩ .୦୯.୨୦୨୦ :  ଘରେ ଗଛଲତା ଲଗାଇବା ଶୁଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗଛଲତା ଲଗାଇବା ପାଇଁ ମଧ୍ୟ ଏକ ନିର୍ଦ୍ଧାରିତ ଦିଗ କୁହାଯାଇଛି । ବାସ୍ତୁରେ ଗୁରୁତ୍ବାକର୍ଷଣ,ସୂର୍ଯ୍ୟରୁ ବାହାରୁଥିବା ୭ଟି ରଙ୍ଗ ଏବଂ ପୃଥିବୀର ବୁଲିବାର ବେଗକୁ ଆଧାର କରାଯାଇଥାଏ । ବାସ୍ତୁ ଅନୁସାରେ କଣ୍ଟା ଯୁକ୍ତ ଗଛଲତା ଘରେ ଲଗାଇବା ଅନୁଚିତ୍ । ଯେଉଁ ଗଛ ଲତାର ପତ୍ର କିମ୍ବା ଡେମ୍ଫକୁ ଛିଣ୍ଡାଇବା ଦ୍ୱାରା କ୍ଷୀର ବାହାରିଥାଏ ସେଗୁଡ଼ିକ ଘରେ ଲଗାଇବା ଅନୁଚିତ୍ ।

ଗଛଲତାର ସମ୍ବନ୍ଧ ମଧ୍ୟ ବିଭିନ୍ନ ଗ୍ରହ ସହ ଥିବାର ଜଣା ଯାଇଥାଏ । ବହୁତ ଉଚ୍ଚ କିମ୍ବା ଲାଲ ଫଳଯୁକ୍ତ ଗଛର ସମ୍ବନ୍ଧ ସୂର୍ଯ୍ୟ ସହ ଥାଏ । କ୍ଷୀରଯୁକ୍ତ ଗଛ ଯେପରିକି ଅରଖ ଗଛ ଏଗୁଡ଼ିକର ସମ୍ପର୍କ ଚନ୍ଦ୍ର ସହ ରହିଥାଏ ।

Exit mobile version