ବାସ୍ତୁ : ଏଭଳି ବ୍ୟବହାର କରନ୍ତୁ ତୁଳସୀପତ୍ର ପାଣି, ହେବେ ଧନୀ

ସତ୍ୟଶିଖା(ଭୁବନେଶ୍ୱର )୨୬.୧୧.୨୦୨୨:  ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ପବିତ୍ର କୁହାଯାଏ । ଘରର ପ୍ରତ୍ୟେକ ଅଗଣାରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ଯେଉଁ ଘରେ ତୁଳସୀ ବୃକ୍ଷ ଲଗାଯାଇଥାଏ, ସେଠାରେ ସୁଖସମୃଦ୍ଧି ସର୍ବଦା ରହିଥାଏ ବୋଲି ମାନ୍ୟତା ରହିଛି । ଏହା ନକରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଥାଏ । ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ । ଶାସ୍ତ୍ର ଅନୁଯାୟୀ, ତୁଳସୀ ବୃକ୍ଷକୁ ନିୟମିତ ପୂଜା କଲେ ପ୍ରଭୁଙ୍କ ବିଶେଷ କୃପା ମିଳିଥାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ତୁଳସୀଙ୍କ ସହ ଜଡିତ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି। ଯାହାକୁ ଆପଣାଇବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ । ଆର୍ଥିକ କ୍ଷେତ୍ରରେ ଉନ୍ନତି ମଧ୍ୟ ହୋଇଥାଏ । ଜାଣନ୍ତୁ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀପତ୍ରକୁ ପାଣିରେ ଭିଜାଇ ରାତିସାରା ରଖନ୍ତୁ । ପ୍ରାତଃ କାଳରେ ଏହି ଜଳକୁ ନେଇ ଘର ଯାକର ପ୍ରତି କୋଣରେ ଛିଞ୍ଚନ୍ତୁ । ବାସ୍ତୁ ଅନୁଯାୟୀ, ଏପରି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ।
ଭଗବାନ କୃଷ୍ଣ, ଭଗବାନ ବିଷ୍ଣୁଙ୍କ ହିଁ ଅବତାର ବୋଲି କୁହାଯାଏ । ମାର୍ଗଶୀର ମାସ ଭଗବାନ କୃଷ୍ଣଙ୍କୁ ଖୁବ ପ୍ରିୟ । ଏହି ମାସରେ ତୁଳସୀ ଜଳରେ ପ୍ରଭୁଙ୍କ ସ୍ନାନ କରାଇବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ । ତେଣୁ ଏକ ତମ୍ବା ଲୋଟାରେ କିଛି ଜଳ ନେଇ ଏଥିରେ ତୁଳସୀପତ୍ର ପକାଇ ଭଗବାନଙ୍କୁ ସ୍ନାନ କରାନ୍ତୁ । ଏପରି କରିବା ଦ୍ୱାରା ସଭିଁଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି ।
ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତି ପାଇଁ ତୁଳସୀ ଜଳ ଖୁବ ପ୍ରଭାବଶାଳୀ । ତେଣୁ ଏକ ପାତ୍ରରେ ପାଣି ନେଇ ସେଥିରେ କିଛି ତୁଳସୀପତ୍ର ପକାଇ ୨ ରୁ ୩ ଦିନ ଯାଏଁ ରଖନ୍ତୁ । ଏହାପରେ ଏହି ପାଣିକୁ ନିଜ ଉପରେ ଛିଞ୍ଚି ଦିଅନ୍ତୁ । ଏହାସହ ଏହି ପାଣିକୁ ନିଜ କାର୍ଯ୍ୟାଳୟରେ ମଧ୍ୟ ଛିଞ୍ଚନ୍ତୁ । ଆପଣଙ୍କୁ ଆଶାନୁଯାୟୀ ଲାଭ ମିଳିବ ।

Exit mobile version