ରାଜ୍ୟ

ସାପ କାମୁଡ଼ାରେ ବୃଦ୍ଧଙ୍କ ମୃତ୍ୟୁ | Satyasikha

କାମାକ୍ଷାନଗର (ବିଦ୍ୟାଧର ବରାଳ): ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚଣ୍ଡିପାଳ ଗ୍ରାମର ଶ୍ରୀଧର ବେହେରା (୬୦)।

ଆହୁରି ପଢ଼ନ୍ତୁ

ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ସାପ କାମୁଡିଥିଲା। ସେ ଚିତ୍କାର କରି ଘର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ତାଙ୍କୁ ରାତି ୧ଟାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଶ୍ରୀଧରଙ୍କୁ ମୃତ ଘୋଷଣା କରିଥିଲେ।

ଭୁବନ ଥାନା ପୁଲିସ୍ ତଦନ୍ତ କରି ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ୍ୟୁ ଦେହକୁ ହସ୍ତାନ୍ତର କରିଥିଲା।

[ad_2]
Show More
Back to top button