ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । କାରଣ ଘରେ ଏହାକୁ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାର ପତ୍ରକୁ ଖାଇବା ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି, ଭଗବାନ ବିଷ୍ଣୁଙ୍କଠାର ଭୋଗ ନଲାଗିବା ଯାଏଁ ତୁଳସୀ ପତ୍ର ପୂର୍ଣ୍ଣ ହୋଇନଥାଏ । ସେଥିଲାଗି ଭୋଗ ଲଗାଇବା ପୂର୍ବରୁ ତୁଳସୀ ପତ୍ର ନିଶ୍ଚୟ ରହିବା ଆବଶ୍ୟକ । ପୂଜା, ପାଠ ଏବଂ ସ୍ବାସ୍ଥ୍ୟ ବ୍ୟତୀତ ତୁଳସୀ ଗଛର ଅନେକ ମହତ୍ବ ରହିଛି । ଘରେ ଚାଲିଥିବା ସମସ୍ୟାରୁ ତୁଳସୀର କିଛି ପତ୍ର ମୁକ୍ତି ଦେଇପାରିବ ।
ଯଦି ଆପଣଙ୍କ ମନରେ କୌଣସି ଇଚ୍ଛା କିମ୍ବା ଅଭିଳାଷ ଅଛି ଏବଂ ଆପଣ ତାକୁ ଖୁବ୍ ଶୀଘ୍ର ପୂରଣ କରିବାକୁ ଚହୁଁଛନ୍ତି । ତେବେ ୫ଟି ତୁଳସୀ ପତ୍ରକୁ ନେଇ କୌଣସି ନାଲି ରଙ୍ଗର କାଗଜରେ ଗୁଡ଼ାଇ ଠାକୁର ଘରେ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ତାହାର ପୂଜା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ମନର ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହୋଇଥାଏ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହୁଛି, ତେବେ ଆପଣ ଶୋଇବା ସମୟରେ ଆପଣଙ୍କ ତକିଆ ତଳେ ୫ଟି ତୁଳସୀ ପତ୍ର ରଖନ୍ତୁ । ଏହା କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂରୀଭୂତ ହୋଇଥାଏ ।