ସତ୍ୟଶିଖା : କଥାରେ ଅଛି ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛ ରହିବା ଉଚିତ | ତୁଳସୀ ଏମିତି ଏକ ଗଛ ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ ଏବଂ ହିତକର ପ୍ରମାଣିତ ହୋଇଥାଏ | ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଘର ଅଗଣାରେ ତୁଳସୀ ଗଛ ରହିବା ଶୁଭ ବୋଲି କୁହାଯାଏ | ନିୟମିତ ତୁଳସୀ ସେବନ ପତ୍ର କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ | ସ୍ୱାସ୍ଥ୍ୟ ପକ୍ଷେ ତୁଳସୀ ଅତ୍ୟନ୍ତ ଉପଯୋଗୀ |
ନିମୋନିଆ ଗ୍ରସ୍ତ ଲୋକଙ୍କ ପାଇଁ ତୁଳସୀ ପତ୍ର ରାମବାଣ ପ୍ରମାଣିତ ହୋଇଥାଏ | ୧୫ ରୁ ୨୦ ଗ୍ରାମ ତୁଳସୀ ରସରେ ଗୁଆ ଘିଅ ମିଶାଇ କମ ଆଞ୍ଚରେ ଫୁଟାଇ ରଖନ୍ତୁ | ଏହାକୁ ଶିଶୁଙ୍କୁ ମାଲିସ କଲେ ଶିଶୁଙ୍କ ମାଂସପେଶୀ ମଜବୁତ ହୋଇଥାଏ | ପ୍ରତିରୋଧକ କ୍ଷମତା ବଢିବା ସହ ଅନେକ ସମସ୍ୟା ଦୂର ହୋଇଥାଏ | ଶିଶୁମାନଙ୍କ ମଧ୍ୟରେ ଥଣ୍ଡା ଓ ଗରମ ସହ୍ୟ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ |
ଯଦି ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଶ୍ୱାସ ରୋଗରେ ପୀଡିତ ତାହେଲେ ତୁଳସୀ ଆପଣଙ୍କ ପାଇଁ ବହୁତ ଲାଭଦାୟକ | ତୁଳସୀ ଓ ଜଷ୍ଟ
ମଧୁ ମିଶାଇ କାଢ଼ା ପ୍ରସ୍ତୁତ କରି ସକାଳେ ଓ ସନ୍ଧ୍ୟାରେ ସେବନ କରନ୍ତୁ | ଏହାଦ୍ୱାରା ଶ୍ୱାସ ରୋଗ ସମସ୍ୟା ଦୂର ହୋଇଥାଏ |
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଶିଶୁକୁ ଭୋକ କମ ଲାଗୁଥାଏ ତାହେଲେ ତୁଳସୀ ପତ୍ରର ଉପଯୋଗ ଅତ୍ୟନ୍ତ ହିତକର | କମ ଭୋକ ଲାଗୁଥିଲେ ଗୋଲ ମରିଚ, ଅଦା, ଲଙ୍କା, ଲୁଣ ଓ ତୁଳସୀ ପତ୍ରକୁ ବାଟି ଚଟଣି ପ୍ରସ୍ତୁତ କରିପାରିବେ | ଯଦି ରାଗ ଖାଅନ୍ତିନି ତାହେଲେ ଲଙ୍କା ନ ପକାଇ ମଧ୍ୟ ଚଟଣି କରିପାରିବେ | ଖାଇବା ସମୟରେ ଏହି ଚଟଣି ଖାଆନ୍ତୁ ଏବଂ ନିଜ ଶିଶୁଙ୍କୁ ମଧ୍ୟ ଦିଅନ୍ତୁ | ଏହି ଚଟଣି ଖାଇବା ଦ୍ୱାରା ଭୋକ ବଢିବା ସହ ପେଟର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ | ତେବେ ଚଟଣିରେ ତୁଳସୀ ପତ୍ର ଅଧିକ ମାତ୍ରାରେ ପକାଇବେ ନାହିଁ |