ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

ସତ୍ୟଶିଖା(ଭୁବନେଶ୍ୱର) ୨୩.୦୪.୨୦୨୧: ଆମ ରାଜ୍ୟରେ ବର୍ତମାନ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି । ଏହି ନୂଆ ଭୁତାଣୁ ଶିଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ଼ ଟିକା ରୋକିବ କି ନାହିଁ ତାର ଅନୁଧ୍ୟାନ ଚାଲିଛି । ଦିତୀୟ ଡ଼ୋଜ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି,  ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଟିକା ଦେବେ ନାହିଁ  । ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ଟିକା କିଣିବେ । ମୂଲ୍ୟ ନିର୍ଦ୍ଧାରଣ ଅନୁଯାୟୀ ୬୦୦ଟଙ୍କାରେ ଟିକା କିଣିବେ । ଭାରତ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଟିକା ଦିଆସରିଛି । ଟିକା ନେଲେ ମୃତ୍ୟୁ ହାର କମ ରହିବା ସହିତ ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି । ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ । ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଥିବାରୁ ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଟିକାକରଣ ପ୍ରକ୍ରିୟା ସୋମବାର ଠାରୁ ଶୁକ୍ରବାର ଚାଲୁ ରହିବ । ବର୍ତ୍ତମାନ ଟିକା ଅଭାବରୁ ୮୦୦ ସେଣ୍ଟର ବନ୍ଦ ଅଛି । ତେବେ ୧୮ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ମେ ୧ ତାରିଖରୁ ହେବ । ଏନେଇ ଭାରତ ସରକାର ଗାଇଡ଼ ଲାଇନ ଜାରି କଲେ ସେହି ଅନୁସାରେ ଟିକାକରଣ କରାଯିବ ।

Show More
Back to top button