ଅପରାଧନ୍ୟୁଜ୍

ବଜ୍ରକାପ୍ତା ଚୋରା ବ୍ୟବସାୟୀ ମାତିଛନ୍ତି , ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କଲା ଉମରକୋଟ୍ ବନବିଭାଗ ।

ସତ୍ୟଶିଖା ୧୨.୦୮.୨୦୨୦ : ନବରଙ୍ଗପୁରରେ କରୋନା କଟକଣା କୋହଳ ହେବା ପରେ ମାତିଛନ୍ତି ବଜ୍ରକାପ୍ତା ଚୋରା ବ୍ୟବସାୟୀ । ଉମରକୋଟ୍ ବନବିଭାଗ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଉମରକୋଟ୍ ବନବିଭାଗର ଗୋଟିଏ ଟିମ୍ ପନାରଚୁଆ ଗ୍ରାମର ଘାସିଆ ତନ୍ତୀଙ୍କ ଘରେ ଚଢଉ କରିଥିଲା । ଏହି ଚଢଉ ସମୟରେ ତାଙ୍କ ପାଇଖାନା ଘରେ ଲୁଚାଇ ରଖିଥିବା ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା ବନବିଭାଗ ।ତେବେ ଘଟଣାରେ ଘାସିଆ ତନ୍ତୀକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାଟିର ଓଜନ ୭ କେଜିରୁ ଅଧିକ ବୋଲି ଜଣାପଡିଛି । ଘାସିଆ ଏହି ବଜ୍ରକାପ୍ତାକୁ ବିକ୍ରି ଉଦ୍ଦେଶ୍ୟରେ ରଖିଥିବା ସୂଚନା ଦେଇଛି ବନବିଭାଗ ଅଧିକାରୀ ।

Show More
Back to top button