

ସତ୍ୟଶିଖା ( ଭୁବନେଶ୍ୱର ) ୦୮.୦୮.୨୦୨୦ : ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ କରୋନା ପଜିଟିଭ୍ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଲକ୍ଷଣ ନଥାଇ ପରୀକ୍ଷା କରାଇଥିଲେ ସାଂସଦ ସୁରେଶ ପୂଜାରୀ । ତେବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି ।
ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ କରୋନାର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି । ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ ଅଛି ଏବଂ ସୁସ୍ଥ ଅଛି ।
ତେବେ କରୋନା ଲକ୍ଷ୍ୟଣ ନଥାଇ ମଧ୍ୟ ସାଂସଦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ଥିବା ଜଣାଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ ବି ସମାନ ସ୍ଥିତି । କରୋନା କବଳରେ ଏବେ ରାଜନେତା କବଳିତ ହେଉଥିବା ଦେଖିବାକୁ ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣଟକ ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି ।