ସତ୍ୟଶିଖା( ବରଗଡ଼ )୧୧.୧୧.୨୦୨୨: ‘ଏଇଟା ଧନୁ ଯାତ୍ରା ନୁହେଁ, ଏହା କପଟ ଯାତ୍ରା । ଏଥିରେ ବଳି ପଡ଼ିବେ କୃଷ୍ଣ ଓ ବଳରାମ । ତା’ ପରେ ଶାନ୍ତ ହେବ ମୋର କ୍ରୋଧାନ୍ୱିତ ଶରୀର । ଏକଛତ୍ର ଶାସନ କରିବି ଏହି ଧରାଧାମେ । ସମସ୍ତେ ଉଚ୍ଚାରଣ କରିବେ ଓମ୍ ନମଃ କଂସାୟ ।’ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ମୁକ୍ତକାଶ ମଞ୍ଚରେ ପରିବେଶିତ ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଏପରି ଗମ୍ଭୀର ସଂଳାପ କହି ଦର୍ଶକଙ୍କୁ ବାନ୍ଧି ରଖିବେ ହୃଷିକେଶ ଭୋଇ ।
ବିଚାରକ ମଣ୍ଡଳୀ ଦ୍ୱାରା ମୋତେ ଦିଆଯାଇଥିବା ଅଡିସନ ବିନା ଡାଏଲଗରେ ନୃତ୍ୟ ନାଟିକାରେ ପ୍ରଦର୍ଶୀତ କରିଥିଲି। କୃଷ୍ଣ ମୋ ହୃଦୟରେ ଅଛନ୍ତି। ହେଲେ ତାଙ୍କୁ ଖୋଜିଖୋଜି ମୁଁ ପାଗଳ ହୋଇଯାଇଥିବାର ଅଭିନୟ ବିଚାରକ ମଣ୍ଡଳୀ ମଧ୍ୟରେ ବେଶ୍ ଆଦୃତି ଲାଭ କରିଥିଲା। ଉକ୍ତ ନାଟକରେ ଏତେ ମଜ୍ଜି ଯାଇଥିଲି ଯେ, ଲାଗୁଥିଲା ସତେ ଯେପରି ମୋ’ ସାମନାରେ ବିଚାରକ ନୁହନ୍ତି, ସାଧାରଣ ଦର୍ଶକ ବସିଛନ୍ତି ବୋଲି କହିଛନ୍ତି ହୃଷିକେଶ ।
ଭୁବନେଶ୍ୱର ପ୍ରଧାନଙ୍କୁ ପଛରେ ପକାଇ ହୃଷିକେଶ ଭୋଇ ଏଥି କଂସ ମୁକୁଟ ହାତେଇ ନେଇଛନ୍ତି। ୩ ବର୍ଷର ବିରତି ପରେ ଏଥର କଂସ ମୁକୁଟ ହାତେଇଥିବା ହୃଷିକେଶଙ୍କ ଖୁସି ବନ୍ଧବାଡ଼ ମାନୁନି । ଏନେଇ ସେ କହିଛନ୍ତି, ୯ ବର୍ଷ ଧରି ଧନୁ ଯାତ୍ରାରେ ଅଭିନୟ କରି ସାରିଛି। ତେଣୁ ୧୧ ଦିନ ଧରି ଚାଲିବାକୁ ଥିବା ଧନୁ ଯାତ୍ରାକୁ ସୁଚାରୂ ରୂପେ କରି ଦର୍ଶକଙ୍କୁ ବାନ୍ଧି ରଖି ପାରିବି ବୋଲି ଆଶା ରଖିଛି।
କଂସ ବ୍ୟତିତ ଅନ୍ୟ ୧୦ଟି ଚରିତ୍ର ପାଇଁ ବି ଚୂଡ଼ାନ୍ତ ହୋଇଛନ୍ତି କଳାକାର । ମହାମନ୍ତ୍ରୀ ପାଇଁ ଗୋଲାପ ଚନ୍ଦ୍ର ଦାସ, ସାର୍ତକୀ ପାଇଁ ସେବାନନ୍ଦ ନାୟକ, ସେନାପତି ପାଇଁ ଦୟାନନ୍ଦ ମାଝୀ, ଚାଣୂର ପାଇଁ ମୁନେଶ ଚନ୍ଦ୍ର ଆଚାର୍ଯ୍ୟ ଭଳି କଳାକାରଙ୍କୁ ଚୟନ କରାଯାଇଛି । ଅକ୍ରୁର ଓ ନାରଦ ଚରିତ୍ର ପାଇଁ ଜଗନ୍ନାଥ ସାହୁଙ୍କୁ ଚୟନ କରାଯାଇଛି ।
-
ଆଜି ବିଶ୍ୱ ଯୋଗ ଦିବସ । -
ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । -
ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । -
ସରିଲା ଗ୍ରୀଷ୍ମ ଛୁଟି, ଆଜିଠୁ ରାଜ୍ୟରେ ଖୋଲିଛି ସ୍କୁଲ । -
ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । -
ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି, ସେଥିପାଇଁ ଇରାନ ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ l -
ମାତିଲେ ମାଓବାଦୀ । ବିଳମ୍ୱିତ ରାତିରେ ୩ ଜଣଙ୍କୁ ହତ୍ୟା କଲେ ଲାଲ୍ବାହିନୀ । -
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଯିବେ । -
ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଷ୍ଟେସନର ଫଟୋ, ଭିଡିଓ ଉଠାଇବାରେ କଟକଣା ଜାରି କରାଯାଇଛି l -
ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ ।