

ସତ୍ୟଶିଖା(କଟକ )୦୯.୦୬. ୨୦୨୨ : କଟକ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ ମିଳିବ । ୯ ଓ ୧୦ ତାରିଖ ଦୁଇ ଦିନ କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ ବିକ୍ରି ହେବ । ଏଥି ପାଇଁ ମୋଟ ୯ଟି କାଉଣ୍ଟର କରାଯାଇଛି । ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର ରହିଥିବା ବେଳେ ମହିଳାଙ୍କ ଲାଗି ୨ ଟି ସ୍ୱତନ୍ତ୍ର କାଉଣ୍ଟର ରହିଛି । ଜଣକୁ ଦୁଇଟି ଲେଖାଏ ଟିକେଟ ଦିଆଯିବ । ପୂର୍ବରୁ ଅନ୍ଲାଇନ ରେ ୫ ହଜାର ଟିକେଟ ବିକ୍ରି ସରିଥିବା ବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮ ହଜାର ଟିକେଟ ବିକ୍ରି ହୋଇଥିଲା । ଆଉ ମାତ୍ର ୧୨ ହଜାର ଟିକେଟ କାଉଣ୍ଟର ରେ ବିକ୍ରି କରାଯିବ । ଟିକେଟ କିଣିଲା ବେଳେ ଦର୍ଶକ ଯେ କୈାଣସି ପରିଚୟ ପତ୍ର ଦେଖାଇ ଟିକେଟ କିଣି ପାରିବେ । ଟିକେଟ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ତେବେ ଟିକେଟ ପାଇଁ ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।