ନ୍ୟୁଜ୍ରାଜ୍ୟ

ଆଜି ବାର ଆସୋସିଏସନର ନିର୍ବାଚନ, ଭୋଟ ଦେବେ ୩୩ ହଜାର ଆଇନଜୀବୀ

ସତ୍ୟଶିଖା (କଟକ) ୨୬.୦୩.୨୦୨୨: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ଓ୍ୱାନ ବାର୍ ଓ୍ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନରେ ଭୋଟ ଗ୍ରହଣ କରାଯିବ । ଏଥିରେ ପ୍ରାୟ ୩୩ ହଜାର ୪୦ ଜଣ ଆଇନଜୀବୀ ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଷ୍ଟେଟ ବାର କାଉନସିଲ ପକ୍ଷରୁ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ସକାଳ ୮ଟା ରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯର୍ୟନ୍ତ ଚାଲିବ  । ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳ ଘୋଷଣା ହେବ  । ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦେଶାବଳୀ ଅନୁଯାୟୀ ଭେରିଫିକେସନ କରାଯାଇ କେଉଁ ଭୋଟର କେଉଁ ବାର ଆସୋସିଏସନରେ ଭୋଟ ଦେବେ ତାହା ସ୍ଥିର କରାଯାଇଛି ।

Show More
Back to top button