ବାଣିଜ୍ୟରାଜ୍ୟ

ବଦଳିଲା ବ୍ୟାଙ୍କିଂ ସମୟ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହେବ କାମ

ସତ୍ୟଶିଖା(ଭୁବନେଶ୍ୱର) ୨୭.୦୪.୨୦୨୧: କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି। ଗ୍ରାହକ ସେବା ସକାଳ ୧୦ଟାରୁ ଅପରାହ୍ନ ଦିନ ୨ଟା ଯାଏଁ ଉପଲବ୍ଧ ହେବ । ହେଲେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ସେବାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ଏହି ନୂଆ ନିୟମ ।

ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ରୋଟେସନ ଆଧାରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସବୁ ଜିଲ୍ଲାରେ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ,  ପ୍ରାୟ ୬ ଦିନ ହେବ ରାଜ୍ୟରେ ୬ ହଜାରରୁ ଊର୍ଦ୍ଧ୍ୱ  ସଂକ୍ରମିତ ଦୈନିକ ଚିହ୍ନଟ ହେଉଛନ୍ତି। ଏହା ପ୍ଲାଟୋ ଫେଜ ବୋଲି ଡିଏମଇଟି ନିର୍ଦ୍ଦେଶକ କହୁଥିବା ବେଳେ ଆଜିବି ଜାରି ରହିଛି ସମାନ ସ୍ଥିତି। ଗତ ୨୪ ଘଣ୍ଟାରେ ରାଜ୍ୟରେ  ୬,୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତକାଲିର ସଂଖ୍ୟାଠାରୁ ଆଜି ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।

ଅପରପକ୍ଷେ, ଆଜି ରାଜ୍ୟରେ ୧୦ କରୋନାରେ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେଥିମଧ୍ୟରୁ କେବଳ ଖୋର୍ଦ୍ଧାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।   ଏହାବ୍ୟତୀତ ରାୟଗଡ଼ାରୁ ୨, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More
Back to top button