
ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୦୧/୨୦୨୧ : ଦେଶର ତୃତୀୟ ସବୁଠାରୁ ବଡ ସରକାରୀ ବ୍ୟାଙ୍କ Bank of Baroda ନିଜର ଡିଜିଟାଲ୍ ଲ୍ୟାଣ୍ଡିଙ୍ଗ ପ୍ଲାଟଫର୍ମ ଆରମ୍ଭ କରିଛି । ଏହା ମାଧ୍ୟମରେ ଆପଣ ମାତ୍ର କିଛି ମିନିଟ ମଧ୍ୟରେ ନିଜ ସ୍ଥାନ ଓ ସମୟ ହିସାବରେ ଅନଲାଇନ ପ୍ରକ୍ରିୟାରେ ଋଣ ପାଇପାରିବେ । ବ୍ୟାଙ୍କ୍ ଅଫ୍ ବରୋଦାର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ସିଂହ କହିଛନ୍ତି ଯେ, ଗୃହ ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣ ପାଇଁ ଗ୍ରାହକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ସେଥିପାଇଁ ବ୍ୟାଙ୍କ୍ ଅଫ୍ ବରୋଦା ନୂଆ ସୁବିଧା ଆରମ୍ଭ କରିଛି | ଏହି ପ୍ଲାଟଫର୍ମ ସାହାଯ୍ୟରେ ଗ୍ରାହକଙ୍କ ଗୃହ ଋଣ, କାର ଋଣ କିମ୍ବା ବ୍ୟକ୍ତିଗତ ଋଣ ମାତ୍ର ୩୦ ମିନିଟରେ ଅନୁମୋଦନ ହୋଇଯିବ । ଯଦି ଆପଣ ବ୍ୟାଙ୍କ୍ ଅଫ୍ ବରୋଦା ଗ୍ରାହକ ତାହେଲେ ତାହେଲେ ଖୁଚୁରା କିଣାକିଣି ପାଇଁ ମଧ୍ୟ ପ୍ରି ଏପ୍ରୁଭ୍ ମାଇକ୍ରୋ ପର୍ଶନଲ ଲୋନ କରିପାରିବେ । ଏହି ଋଣ ବ୍ୟାଙ୍କ୍ ଅଫ୍ ବରୋଦା ଆପ୍ ଏମ୍-କନେକ୍ଟ ଦ୍ୱାରା ମାତ୍ର ୬୦ ସେକେଣ୍ଡରେ ଏପ୍ରୁଭ୍ ହୋଇଯିବ । ଆପଣ ଚାହିଁଲେ ଏହି ରାଶିକୁ ନିଜ ଶେଭିଂ ଆକାଉଣ୍ଟକୁ ମଧ୍ୟ ନେଇପାରିବେ । ଏହି ରାଶି ଫେରସ୍ତ ପାଇଁ ବ୍ୟାଙ୍କ ୩ ରୁ ୧୮ ମାସର ଏଏମଆଇ ଅପ୍ସନ୍ ମଧ୍ୟ ଦେଉଛି ।
ବ୍ୟାଙ୍କ୍ ଅଫ୍ ବରୋଦାର ନୂଆ ଡିଜିଟାଲ୍ ଲ୍ୟାଣ୍ଡିଙ୍ଗ୍ ପ୍ଲାଟଫର୍ମ ଜରିଆରେ ମାତ୍ର ଅଧା ଘଣ୍ଟାରେ ଗୃହ ଋଣ, କାର୍ ଋଣ ଏବଂ ବ୍ୟକ୍ତିଗତ ଋଣ ଅନୁମୋଦନ ହୋଇଯିବ । ଡିଜିଟାଲ୍ ଲୋନ୍ ପ୍ରୋସେସକୁ ଋଣ ଆବେଦକଙ୍କ ଫାଇନାନସିଲ୍ ପ୍ରୋଫାଇଲର ବିଭିନ୍ନ ସ୍ରୋତ ଜରିଆରେ ପୁରା କରାଯାଇଥାଏ । ୱେବସାଇଟ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାଙ୍କ୍ ଅଫ୍ ବରୋଦାର ଏହି ନୂଆ ସୁବିଧାର ଲାଭ ଉଠାଇପାରିବେ । FD ଆଧାରରେ ମଧ୍ୟ ବ୍ୟାଙ୍କ ଋଣ ଅଫର କରୁଛି । ଅର୍ଥାତ ଯେଉଁ ଗ୍ରାହକଙ୍କର ବ୍ୟାଙ୍କ୍ ଅଫ୍ ବରୋଦାରେ ଏଫଡ଼ି ଅଛି ସେମାନେ ଏହି ଆଧାରରେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ତୁରନ୍ତ ଋଣ କରିପାରିବେ ।