ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଲେ ବ୍ୟାଙ୍କ କର୍ମଚାରୀ

ସତ୍ୟଶିଖା(ଅନୁଗୋଳ) ୦୭ .୦୫.୨୦୨୧: ଆକ୍ସିସ ବ୍ୟାଙ୍କ  ଡିଜିରେ ଲାଗିଲା ନିଆଁ। ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଲେ ବ୍ୟାଙ୍କ କର୍ମଚାରୀ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ତାଲଚେର ଆକ୍ସିସ ବ୍ୟାଙ୍କରେ । ସୂଚନାନୁସାରେ, ତାଲଚେର ଆକ୍ସିସ ବ୍ୟାଙ୍କର ଡିଜି ବା ଜେନେରେଟରରେ ନିଆଁ ଲାଗିଥିଲା। ପ୍ରବଳ ଧୂଆଁ ବାହାରିବା ସହ ଭୟରେ ବାହାରକୁ ସବୁ ଷ୍ଟାଫ ପଳାଇ ଆସିଥିଲେ। ପାଖରେ ଅନ୍ୟ ଏକ ଟ୍ରେନିଂ ସେଣ୍ଟର ଅଛି। ପାଖରେ ବ୍ୟାଙ୍କ ଅଫ ବରୋଦା ରହିଥିଲା। ଧୂଆଁରେ ଭିତରକୁ କେହି ଯାଇ ପାରି ନ ଥିଲେ। ତୁରନ୍ତ ତାଳଚେର ଦମକଳ ବାହିନୀ କୁ ଖବର ଦେଇଥିଲେ। ଦମକଳ ଆସିଲା ପରେ ନିଆଁ ଲିଭା ହୋଇଛି। ଲକ୍ଷାଧିକ ଟଙ୍କାର ଏହି ଡିଜି ଟି ପୋଡିବା ସହ ଅନ୍ୟାନ୍ୟ କିଛି ସାମଗ୍ରୀ ପୋଡି ଯାଇଛି। ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି।

Exit mobile version