ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : କରୋନା କାଳରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ବନ୍ଦ ହେବାପରେ ନୂଆଦିଲ୍ଲୀ-କଟରା ବନ୍ଦେ ଭାରତ ଏକ୍ସପ୍ରେସ ଅକ୍ଟୋବର ୧୫ ତାରିଖରୁ ପୁଣି ଆରମ୍ଭ ହେବାକୁ ଯାଉଛି । ନବରାତ୍ରି ପୂର୍ବରୁ ଏହି ଟ୍ରେନ ଚଳାଚଳ ଆରମ୍ଭ ହେବାରୁ ଶ୍ରଦ୍ଧାଳୁଙ୍କ ପାଇଁ ମାତା ବୈଷ୍ଣୋ ଦେବୀ ଯାତ୍ରା ସହଜ ହୋଇଯିବ । ଏହି ଟ୍ରେନ ମଙ୍ଗଳବାର ଛାଡି ସପ୍ତାହକୁ ୬ ଦିନ ଚାଲିବ । ମାତ୍ର ୮ ଘଣ୍ଟାରେ ଯାତ୍ରୀ ନୂଆଦିଲ୍ଲୀରୁ କଟରା ପହଞ୍ଚି ପାରିବେ । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀ ଆଜିଠାରୁ ଟିକେଟ ବୁକିଂ କରିପାରିବେ ।
ପୁଣି ଆରମ୍ଭ ହେବ ବନ୍ଦେ ଭାରତ ଏକ୍ସପ୍ରେସ: ନବରାତ୍ରି କରିପାରିବେ ବୈଷ୍ଣୋ ଦେବୀ ଯାତ୍ରା, ଏତିକି ରହିଛି ଭଡା
