ଖାଦ୍ୟଜୀବନମନ୍ତ୍ରଦୁର୍ଘଟଣାନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ
ବାଉଁଶ କରଡି ନେଇଗଲା ଜୀବନ

ସତ୍ୟଶିଖା (ମାଲକାନଗିରି) ୧୫/୧୦/୨୦୨୦ : ମାଲକାନାଗିରି କତେଲି ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାର ୩ଜଣ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଖବର ଅନୁଯାୟୀ, ମାଲକାନଗିରିର ଗୋଟିଏ ପରିବାର ୩ଜଣଙକ୍ ମୃତ୍ୟୁ ହୋଇଯାଇଛି । ସେହିପରି ପରିବାରର ଆଉ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ତିନିଜଣଙ୍କ ମଧ୍ୟରୁ ୨ଭଉଣୀ ଓ ଜଣେ ଭାଇ ଥିବା ଜଣାପଡିଛି । ସେହିପରି ମା ଓ ଆଉ ଜଣେ ଭଉଣୀ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି । ସମସ୍ତେ ବାଉଁଶ କରଡ଼ି ଖାଇ ମୃତାହତ ହୋଇଥିବା ସୂଚନା ରହିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ।