ଆଜି ଵାଲେଶ୍ଵର ବନ୍ଦ

ସତ୍ୟଶିଖା(ବାଲେଶ୍ୱର )୧୬.୦୬. ୨୦୨୨ : ଵାଲେଶ୍ଵର ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଦିଵାଲୋକରେ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଯୋଗୁ ଆତଙ୍କିତ ହୋଇପଡ଼ିଛନ୍ତି ଜନସାଧାରଣ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ୍‌ ପ୍ରଶାସନ ସାଜିଛି ନୀରଵ ଦ୍ରଷ୍ଟା । ପୁଲିସ୍‌ ପ୍ରଶାସନର ଏପରି ନିଷ୍କ୍ରିୟତା ନିମନ୍ତେ ବାଲେଶ୍ୱରର ଏସ୍‌ପିଙ୍କୁ ଦାୟୀ କରି ତାଙ୍କ ବଦଳି ଦାବି କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ। ପ୍ରାୟ ୬୨ଟି  ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଵାଲେଶ୍ଵର ଵନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁ ଆଜି ସକାଳୁ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ।

ଗତ ୪ଦିନ ଧରି ସହରର ଵିଭିନ୍ନ ଛକ ଵଜାରରେ ଏଥିପାଇଁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ  ହୋଇ ପଡ଼ିଛି। ଛାତ୍ରଛାତ୍ରୀ, ମହିଳା ତଥା ଵରିଷ୍ଠ ନାଗରିକ ରାସ୍ତାରେ ଯିବା ଵେଳେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।  ମୋଵାଇଲ ଛିନତାଇ, ଗହଣା ଛିନତାଇ, ବାଇକ୍‌ ଚୋରି ,ରାହାଜାନୀ ଆଦି ଖୁଲମଖୁଲା ଦିନ ଦ୍ୱିପ୍ରହରରେ ହେଉଛି ।
Exit mobile version