ବନ୍ଦ ହେଲା ବାଲେଶ୍ବର ଆଲଏଜ୍ ଖଣି : ସୂଚନା ଦେଲେ ଖଣି ଉପନିର୍ଦେଶକ

ସତ୍ୟଶିଖା( ଭୁବନେଶ୍ୱର )୧୦.୦୬. ୨୦୨୨ : ଯାଜପୁର: ସୂଚନା ମୁତାବକ ବାଲେଶ୍ବର ଆଲଏଜ୍ କମ୍ପାନି ମାଲିକାନାରେ ଥିବା କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି ପୁଣି  ବନ୍ଦ ରହିଛି। ଯାଜପୁରରୋଡ଼ ସର୍କଲ ଖଣି ଉପନିର୍ଦେଶକ ବିଭୂତି ଭୂଷଣ ବେହେରାଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶନାମା ପତ୍ରାଙ୍କ ନଂ ୮୭୦/୬-୬-୨୦୨୨ ଆଧାରରେ ଖଣି ପ୍ରବନ୍ଧକଙ୍କୁ ଚିଠି ଲେଖାଯାଇଥିବା ଜଣାପଡିଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ମଞ୍ଜୁରି ନଥିବା ଆଧାରରେ ସୁପ୍ରିମ୍ କୋର୍ଟ ଖଣି ବନ୍ଦ୍ ପାଇଁ ରାୟ ଶୁଣାଇଥିବା ଚିଠିରେ ଲେଖାଯାଇଛି। ସେହିପରି ଖଣି ନିରୀକ୍ଷକ ରଞ୍ଜିତ କୁମାର ଦାସ  ଏହି ଖଣି ଗସ୍ତରେ ଆସି ପରିସ୍ଥିତି ଅନୁଧ୍ୟାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିବା ନେଇ ବିଭାଗୀୟ ସୂଚନାର ମିଳିଛି। ଫଳରେ, ଖଣି ଖନନ ଓ ଖଣିଜ ଉତ୍ପାଦନ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ସୂଚନା ମିଳିଛି।

Exit mobile version